Below header

ପେଟ୍ରୋଲ୍ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ବ୍ରହ୍ମପୁର ଯୁବ କଂଗ୍ରେସ ପକ୍ଷରୁ ପ୍ରତିବାଦ

ବ୍ରହ୍ମପୁର(କେନ୍ୟୁଜ୍):ପେଟ୍ରୋଲ୍‌ ଓ ଡ଼ିଜେଲ୍‌ର ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ବ୍ରହ୍ମପୁର କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆନ୍ତର୍ଜାତୀକ ବଜାରରେ ତୈଳ ଦର ବୃଦ୍ଧିର ଆଳ ଦେଖାଇ ବାରମ୍ବାର ତୈଳ ଦର ବୃଦ୍ଧି କରାଯାଉଛି । ବର୍ତ୍ତମାନ କରୋନା ମହାମାରୀ ସମୟରେ ଦର ବୃଦ୍ଧିକୁ ପ୍ରତ୍ୟାହାର କରିବାକୁ ଦାବୀ କରିଛି କଂଗ୍ରେସ ।

ଏନେଇ ଆଜି ଯୁବ କଂଗ୍ରେସ ପକ୍ଷରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଯଥାଶୀଘ୍ର ପେଟ୍ରୋଲ ଓ ଡ଼ିଜେଲ୍‌ର ଦର ହ୍ରାସ କରାଯାଉ ନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତ୍ତର କରାଯିବ ବୋଲି କୁହାଯାଇଛି । ଏଥିରେ ଜିଲ୍ଲା ଯୁବ କଂଗ୍ରେସର ବହୁ କର୍ମି ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.