Below header

ସୁପାରି କିଲର ଦ୍ୱାରା ପତିଙ୍କୁ ହତ୍ୟା କଲା ପତ୍ନୀ, ଗିରଫ ପରେ ଯାହା କହିଲା ଶୁଣି ଘୁରିଯିବ ମୁଣ୍ଡ 

ବାଗପତ : କଥାରେ ଅଛି ପତି ହେଉଛି ଇହ କାଳ ଓ ପରକାଳର ଦେବତା । ପତି-ପତ୍ନୀଙ୍କ ମ୍ପର୍କ ସାତ ଜନ୍ମର । ହେଲେ ଜଣେ ପତ୍ନୀ ସୁପାରି କିଲର ମାଧ୍ୟମରେ ପତିକୁ ହତ୍ୟା କରିବା ଖବର ଶୁଣିଲେ ଯେ କେହି ଚକିତ ହେବା ସ୍ୱାଭାବିକ୍‌ ।

ଏମତି ଘଟଣା ଘଟିଛି ଉତ୍ତରପ୍ରଦେଶର ବାଗ୍‌ପତରେ । ପୁଲିସ ଘଟଣାର ପର୍ଦାଫାସ୍‌ କରିବା ପରେ ଯେଉଁ ରିପୋର୍ଟ ସାମ୍ନାକୁ ଆସିଲା ତାହା କାହାକୁ ବି ହତଚକିତ କରିଦେଇ ପାରେ । ପତିଙ୍କୁ ହତ୍ୟା କରିବାକୁ ପତ୍ନୀ ଦେଇଥିଲା ସୁପାରି କିଲ୍‌ରକୁ ୬ ଲକ୍ଷ ଟଙ୍କା ।

ପୁଲିସ ଅଧିକ୍ଷକ ଅଜୟ କୁମାର ସିଂହଙ୍କ ସୂଚନା ଅନୁଯାୟୀ, ୧୯ ଜୁନ୍‌ ରାତି ପ୍ରାୟ ୯ଟା ବେଳେ ବଡୋଲୀ ଗାଁର ବିକାଶ ତୋମର ନିଜର ଘର ବାହାରେ ବୁଲୁଥିଲେ । ଏହି ସମୟରେ ବାଇକ୍‌ରେ ୩ ଜଣ ଆସି ବିକାଶଙ୍କୁ ଗୁଳି ମାରି ଫେରାର୍‌ ହୋଇ ଯାଇଥିଲେ ।

ତେବେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ୍‌ ଯମୁନୋତ୍ରୀ ହାଇେଓ୍ଵ ନିକଟରୁ ପତ୍ନୀ ରଜନୀ, ତା’ର ସାଙ୍ଗ ସୁଧୀର ଓ ସୁପାରି କିଲର ରୋହିତକୁ ଗିରଫ କରିଛି । ସେମାନଙ୍କ ଠାରୁ ଏକ ପିସ୍ତଲ୍‌, ଏକ କାର୍‌ ଓ ୩ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଥିଲେ ।

bagpat-1

ପରେ ପୁଲିସ ଘଟଣାର ତଦନ୍ତ କରି ଜାଣିବାକୁ ପାଇଥିଲେ ଯେ ବିକାଶ ପ୍ରାୟ ୧୧ ବର୍ଷ ତଳେ ଦିଲ୍ଲୀର ନାଙ୍ଗଲୋଇରେ ରହୁଥିବା ରଜନୀଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇ ସନ୍ତାନ ଦିଲ୍ଲୀରେ ରହୁଛନ୍ତି । ମୃତକ ବିକାଶ ଅନ୍ୟ ୩ ଯୁବତୀଙ୍କୁ ମଧ୍ୟ ବିବାହ କରିଛନ୍ତି ।

ଏହାକୁ ରଜନୀ ଘୋର ବିରୋଧ କରୁଥିବା ବେଳେ ଦୁହିଁଙ୍କ ଭିତରେ ଏହାକୁ ନେଇ ଚାଲିଥିଲା ପାଟିତୁଣ୍ଡ । ବିକାଶ ରଜନୀକୁ ତଲାକ ଦେବା ପରେ ଦ୍ୱିତୀୟ ପତ୍ନୀ ନାମରେ ସମସ୍ତ ସମ୍ପତ୍ତି କରିଦେବାକୁ କରୁଥିଲା ଯୋଜନା ।

ଏହାକୁ ରଜନୀ ଜାଣିବା ପରେ ସବୁଦିନ ପାଇଁ ବିକାଶକୁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲା । ଫଳରେ ପତି ସହ କାମ କରୁଥିବା ସୁଧୀର ସହ ମିଶି ବିକାଶର ହତ୍ୟା ପାଇଁ ସୁପାରି ଦେଇଥିଲେ ।

ସଚିନ, ରୋହିତ ଓ ରବିକୁ ୩ ଲକ୍ଷ ଦେଇ ବିକାଶକୁ ହତ୍ୟା କରିବାକୁ କହିଥିଲେ ଓ ବାକି ୩ ଲକ୍ଷ କାମ ସରିବା ପରେ ଦେବେ ବୋଲି କହିଥିଲେ । ତଦନ୍ତ ବେଳେ ପୋଲିସ ଆଗରେ ସବୁ କଥା କହିଛି ରଜନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.