Below header

ତିର୍ତ୍ତୋଲ ଆସନର ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ଭର୍ଚୁଆଲ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କହିଲେ ଭଲ କାମ କରନ୍ତୁ ମୁଁ ଆପଣମାନଙ୍କ ସହିତ ଅଛି

କେନ୍ୟୁଜ୍(ବ୍ୟୁରୋ): ଆଜି ତିର୍ତ୍ତୋଲ ଆସନରେ ବିଜେଡି ପ୍ରାର୍ଥୀ ହୋଇଥିବା ବିଜୟ ଶଙ୍କର ଦାସଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ପ୍ରଚାର କରିଛନ୍ତି। ଏହି ପ୍ରଚାରରେ ନବୀନ କହିଛନ୍ତି ତିର୍ତ୍ତୋଲର ବିକାଶ ନେଇ ବିଷ୍ଣୁବାବୁ ମୋତେ ବହୁ ବାର ଭେଟୁଥିଲେ। ଗତ ବର୍ଷ ବିଷ୍ଣୁବାବୁଙ୍କୁ ଆପଣମାନେ ବହୁତ ଭୋଟରେ ବିଜୟୀ କରାଇଥିଲେ। ସେ ତିର୍ତ୍ତୋଲ ପାଇଁ ଭଲ କାମ କରିଥିଲେ। ତିର୍ତ୍ତୋଲବାସୀ ବିଜୁ ପରିବାର ସହ, ବିଜୁ ଜନତା ଦଳ ସହିତ ରହି ଆସିଛନ୍ତି। ବିଭିନ୍ନ ନିର୍ବାଚନରେ ଆମ ସରକାରକୁ ସମର୍ଥନ ଦେଇଛନ୍ତି। ନିକଟରେ ତିର୍ତ୍ତୋଲ ଅଞ୍ଚଳର ଯୋଗାଯୋଗ ପାଇଁ ମହାନଦୀ ଉପରେ ୨ଟି ବ୍ରିଜର କାମ ଆରମ୍ଭ ହୋଇଛି। ଏହି ଅଞ୍ଚଳରେ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ସରକାର କାମ କରିଛନ୍ତି।

ତିର୍ତ୍ତୋଲ ଅଞ୍ଚଳରେ ମିଶନ ଶକ୍ତିର ମା’ମାନେ ବହୁତ ଭଲ କାମ କରିଛନ୍ତି। ସେମାନେ ବିକାଶମୂଳକ କାମ କରିଛନ୍ତି। ଆପଣମାନେ ଭଲ କାମ କରନ୍ତୁ। ମୁଁ ଆପଣମାନଙ୍କ ସହିତ ଅଛି। ବିକାଶକୁ ଆଗେଇ ନେବାଲାଗି  ଆସନ୍ତୁ। ଶଙ୍ଖଚିହ୍ନରେ ଭୋଟ ଦିଅନ୍ତୁ। କୋଭିଡ-୧୯କୁ ଆଖି ଆଗରେ ରଖି କାମ କରନ୍ତୁ। ସେହିପରି ଆସନ୍ତାକାଲି ବାଲେଶ୍ୱର ସଦର ଆସନ ପାଇଁ ଭର୍ଚୁଆଲ୍‌ ପ୍ରଚାରରେ ସ୍ୱରୂପ ଦାସଙ୍କ ଲାଗି ସମର୍ଥନ ମାଗିବେ ବିଜେଡି ସୁପ୍ରିମୋ ।ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ରାଲି ପୂର୍ବରୁ ବିଜେଡି ପକ୍ଷରୁ ପ୍ରଚାର ଜୋରଦାର କରାଯାଇଛି । ବିଜେପି ଓ କଂଗ୍ରେସ ପ୍ରାର୍ଥୀ ମଧ୍ୟ ଘରକୁ ଘର ବୋଲି ଭୋଟ୍‌ ମାଗୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.