ଯେସାକୁ ତେସା, କାହାକୁ କଷ୍ଟ ଦେବାକୁ ଭାବିବା ପୂର୍ବରୁ ଥରେ ଦେଖିନିଅନ୍ତୁ ଏହି ଭାଇରଲ ଭିଡିଓ

କଥାରେ ଅଛି ଯିଏ ଯେମିତି କର୍ମ କରେ ସିଏ ସେମିତି ଫଳ ପାଏ । ଆଉ ଗୋଟିଏ କଥା ହୁଏତ ଆପଣ ଜାଣିନଥିବେ ଯେ ପ୍ରକୃତିକୁ ଆମେ ଯେମିତି ବ୍ୟବହାର କରୁ ତାର ରିଟର୍ନରେ ଆମକୁ ତାର ଦୁଇଗୁଣା ଫଳ ମିଳିଥାଏ । ବେଳେବେଳେ ଆପଣ ଏହିକଥାକୁ ନିଶ୍ଚୟ ଅନୁଭବ କରିଥିବେ ଯେ ଯଦି ଆମେ କେବେ କାହା ପାଇଁ କିଛି ଖରାପ ଚିନ୍ତା କରିଛେ କି କିଛି ଖରାପ କରିଛେ ତାହେଲେ ବଦଳରେ ଆମ ପାଖକୁ କିଛି ନା କିଛି ଫେରିକି ଆସିଥାଏ, କଣ ବିଶ୍ୱାସ ହେଉନି ନା ..? ତାହେଲେ ଥରେ ଦେଖନ୍ତୁ ଏହି ଭିଡିଓକୁ, ବୁଝିପାରିବେ ଯେ କାହାକୁ କଷ୍ଟ ଦେବାର ଫଳାଫଳ କିପରି ହୋଇଥାଏ ।

ଏହି ଭାଇରଲ ଭିଜୁଆଲରେ ଆପଣ ଦେଖିପାରୁଥିବେ ଯେ ଜଣେ ଯୁବକ ବାଟରେ ଯାଉଥିବା ବେଳେ ହଠାତ ଗୋଟିଏ ଯନ୍ତା ଭିତରେ ଥିବା କୁକୁରକୁ ଗୋଇଠା ମାରୁଛନ୍ତି । କିଛି ସମୟ ଗୋଇଠା ମାରିବା ପରେ କୁକୁରଟି ହଠାତ ଯୁବକଙ୍କ ଗୋଡ଼କୁ କାମୁଡି ଧରି ଦେଉଛି । ଏହି ଭିଡିଓକୁ IFS ସୁଶାନ୍ତ ନନ୍ଦ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିଲେ । ଆଉ କ୍ୟାପ୍ସନରେ ଲେଖିଥିଲେ ‘Karma never loses an address’ ଯାହାକି ଇଣ୍ଟରନେଟରେ ଭାଇରଲ ହେବାରେ ଲାଗିଛି ।

ଏହି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । କିଛି ଲୋକ ତ ଯୁବକଟିର ଏଭଳି କାମକୁ ବହୁତ ନିନ୍ଦା କରିଛନ୍ତି । କିନ୍ତୁ କଣ କରାଯିବ କିଛି ଲୋକଙ୍କର ପ୍ରକୃତି ହିଁ ଏପରି ହୋଇଥାଏ । ତେବେ ଏହି ଭିଡିଓ ମାଧ୍ୟମରେ ଆମେ କେବଳ ଏତିକି ହିଁ କହିବୁ ଯେ ବିନା କୌଣସି କାରଣରେ ଆପଣ କେବେବି କାହାକୁ କଷ୍ଟ ଦେବାକୁ ଚେଷ୍ଟା କରନ୍ତୁନି । କାରଣ ଦିନେ ହୁଏତ ଏହା ଆପଣଙ୍କ ନିକଟକୁ ଫେରି ଆସିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.