Below header

ଜଗନ୍ନାଥଙ୍କ କାମକୁ କେହି ଅଟକାଇ ପାରିବେ ନାହିଁ: ମୁଖ୍ୟମନ୍ତ୍ରୀ

ମହାପ୍ରଭୁଙ୍କୁ ଦର୍ଶନ କରି ବେଶ୍‌ ଉତ୍ସାହିତ ଥିବା କହିଲେ ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀରୁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡ଼ା ବର୍ତ୍ତା । ମୁଖ୍ୟମନ୍ତ୍ରୀ କହିଛନ୍ତି, ଜଗନ୍ନାଥଙ୍କ କାମକୁ କେହି ଅଟକାଇ ପାରିବେ ନାହିଁ । ପ୍ରଭୁଙ୍କ ପାଇଁ ହେଉଥିବା ଭଲ କାମକୁ କେହି ଅଟକାଇ ପାରିବେ ନାହିଁ । ପ୍ରସ୍ତାବିତ ବାଇ-ଲ ତୁରନ୍ତ ପ୍ରତ୍ୟାହାର କରାଯାଉ ।

ଏହାସହିତ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଚାରିପଟେ ବିକାଶ କାମ ବୁଲି ଦେଖିଛନ୍ତି । କରୋନା ମହାମାରୀ ପରେ ପ୍ରଥମ ଥର ଶ୍ରୀମନ୍ଦିର ଗସ୍ତ କରି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମହାପ୍ରଭୁଙ୍କୁ ଦର୍ଶନ କରି ସେ ବେଶ୍‌ ଉତ୍ସାହିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.