Below header

ଏୟାରପୋର୍ଟରେ ନେହା ଧୂପିଆ ଓ ଅଙ୍ଗଦ ବେଦୀ ଦେଖାଇଲେ ଝିଅର ପ୍ରଥମ ଝଲକ୍‌, ଦେଖନ୍ତୁ ଫଟୋ

ବଲିଉଡ୍‌ ଅଭିନେତ୍ରୀ ନେହା ଧୂପିଆ ପ୍ରଥମ ଥର ଝିଅ ମେହର ସହିତ ନଜର ଆସିଛନ୍ତି। ଝିଅ ଏବଂ ସ୍ୱାମୀ ଅଙ୍ଗଦ ବେଦୀଙ୍କ ସହ ସେ ଏୟାରପୋର୍ଟରେ ସ୍ପଟ୍‌ ହୋଇଛନ୍ତି। ନିଜର ବୋଲ୍ଡ ଅନ୍ଦାଜକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ନେହା ଝିଅର ହାତ ଧରି ଏୟାରପୋର୍ଟରୁ ବାହାରକୁ ଆସୁଥିବା ଦେଖିବାକୁ ମିଳିଛି।

ନେହା ମିଡିଆ ଫଟୋଗ୍ରାଫରଙ୍କ ସାମ୍ନାରେ କିଛି ପୋଜ୍‌ ଦେଇଥିଲେ। ତାଙ୍କ ସ୍ୱାମୀ ଅଙ୍ଗଦ ମଧ୍ୟ ଝିଅକୁ ମିଡିଆ ସାମ୍ନାକୁ ଅନାଇ ହାତ ହଲାଇବାକୁ କହିଥିଲେ। ଝିଅ ସହ ନେହା ଓ ଅଙ୍ଗଦ ମଧ୍ୟ କରୋନାକୁ ନଜରରେ ରଖି ମୁହଁରେ ମାସ୍କ ପିନ୍ଧିଥିବା ଦେଖିଥିବା ମିଳିଥିଲା। ସୂଚନାଥାଉ କି, ନେହା ଓ ଅଙ୍ଗଦ ବିବାହ ପୂର୍ବରୁ ଦୁହେଁ ଦୁହିଁଙ୍କୁ ଜାଣିଥିଲେ। ଉଭୟ ପାଖାପାଖି ୧ ବର୍ଷ ପର୍ଯ୍ୟନ୍ତ ସମ୍ପର୍କରେ ଥିଲେ ଏବଂ ହଠାତ୍‌ ବିବାହର ନିଷ୍ପତ୍ତି ନେଇ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲେ।

କୁହାଯାଏ କି, ବିବାହର ନିଷ୍ପତ୍ତି ସେମାନେ ହଠାତ୍‌ ଏଥିପାଇଁ ନେଇଥିଲେ, କାହିଁକି ନା, ନେହା ବିବାହ ପୂର୍ବରୁ ପ୍ରେଗ୍‌ନାଣ୍ଟ ଥିଲେ। ବିବାହର ୬ ମାସ ପରେ ନେହା ଝିଅ ମେହେରକୁ ଜନ୍ମ ଦେଇଥିଲେ। ବିବାହ ପରେ ସେ ଝିଅ ଓ ସ୍ୱାମୀଙ୍କୁ ନେଇ ବହୁତ ଖୁସି ଅଛନ୍ତି। ବର୍ତ୍ତମାନ ନେହା ରୋଡିଜ୍‌ ଶୋ’ରେ ଜଜ୍‌ର ଭୂମିକା ନିଭାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.