Below header

୬ଘଣ୍ଟା ପରେ ଆୟତ ହେଲା କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଥିବା ନିଆଁ, ମୁରିବାହାଲ ଷ୍ଟେସନରେ ବିଳମ୍ବିତ ରାତିରେ ଘଟିଥିଲା ଅଘଟଣ

କଣ୍ଟାବାଞ୍ଜି: ଆୟତ ହେଲା କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଥିବା ନିଆଁ। ୬ଘଣ୍ଟା ପରେ ନିଆଁକୁ ଆୟତ କଲା କଣ୍ଟାବାଞ୍ଜି ଦମକଳ ବାହିନୀ। ମାଲ ବୋଝେଇ ଟ୍ରେନ୍‌ଟି ବିଶାଖାପାଟଣାରୁ ରାୟପୁରରୁ ଯାଉଥିବାବେଳେ ବିଳମ୍ବିତ ରାତିରେ ମୁରିବାହାଲ ଷ୍ଟେସନରେ ନିଆଁ ଲାଗିଯାଇଥିଲା। ଖବର ପାଇ କଣ୍ଟାବାଞ୍ଜି ଦମକଳ ବାହିନୀ ନିଆଁକୁ ଆୟତ କରିଥିଲା। ୨୧ଟି ବଗିରେ ନିଆଁ ଲାଗିଥିଲା। ତେବେ ନିଆଁ ଲାଗିବାର କାରଣ ଜଣାପଡିନାହିଁ। ନିଆଁ ଆୟତ ପରେ ରାୟପୁର ଅଭିମୁଖେ ବାହାରିଥିଲା ଟ୍ରେନ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.