Below header

ଆସନ୍ତା ୨୭ରେ ଶପଥ ନେବ ହେମନ୍ତ ସୋରେନଙ୍କ ସରକାର, ରାଞ୍ଚିର ମୋରହାବାଦୀ ମୈଦାନରେ ହେବ ଏହି ଉତ୍ସବ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡରେ ଆସନ୍ତା ୨୭ ତାରିଖରେ ଶପଥ ନେବେ ହେମନ୍ତ ସୋରେନ ସରକାର। ରାଞ୍ଚିର ମୋରହାବାଦୀ ମୈଦାନରେ ନିଜ ମନ୍ତ୍ରିମଣ୍ଡଳ ସହ ପଦ ଓ ଗୋପନୀୟତାର ଶପଥ ନେବେ। ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ଶପଥ ପାଠ କରାଇବେ। ୮୧ ଆସନ ବିଶିଷ୍ଟ ବିଧାନସଭାରେ ଜେଏମଏମ ମେଣ୍ଟ ୪୭ଟି ଆସନରେ ବିଜୟ ଲାଭ କରି ସରକାର ଗଠନ ପାଇଁ ସ୍ପଷ୍ଟ ବହୁମତ ହାସଲ କରିଛି। ବିଜେପି ମାତ୍ର ୨୫ଟି ଆସନରେ ବିଜୟ ଲାଭ କରିବାକୁ ସକ୍ଷମ ହୋଇଛି।

hemantଆଜି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଉପସଭାପତି ହେମନ୍ତ ସୋରେନ ଦିଲ୍ଲୀ ଗସ୍ତ କରି ମେଣ୍ଟର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିବେ। ପରେ ରାଞ୍ଚି ଫେରି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ। ଗତକାଲି ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ରଘୁବର ଦାସ। ହେମନ୍ତ ସୋରେନ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ପୂର୍ବରୁ ରାଜ୍ୟର ପଞ୍ଚମ ମୁଖ୍ୟମନ୍ତ୍ରୀ ଭାବେ ୨୦୧୩ ଜୁଲାଇ ୧୫ତାରିଖରେ ଦାୟିତ୍ୱ ନେଇଥିଲେ। ୨୦୧୪ ଡିସେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ରହିଥିଲା ତାଙ୍କ କାର୍ଯ୍ୟକାଳ। ଆଜି JMM ବିଧାୟକ ଦଳ ନେତା ଚୟନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.