Below header

ଏସିଡିଟି ପାଇଁ ଚିନ୍ତିତ ଅଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ଖାଦ୍ୟପେୟରେ ଅନିୟମିତତା କାରଣରୁ ଯଦି ଆପଣ ସବୁବେଳେ ଏସିଡିଟି କିମ୍ବା ଗ୍ୟାଷ୍ଟିକ ସମସ୍ୟା ପାଇଁ ଚିନ୍ତାରେ ରହୁଛନ୍ତି। ତେବେ ଚିନ୍ତାମୁକ୍ତ ହୋଇ ଏହି ଉପାୟ ଉପରେ ଧ୍ୟାନ ଦିଅନ୍ତୁ। ଅଫିସରେ ବସିଥିବା ବେଳେ ଏସିଡିଟି କାରଣରୁ ହେଉଥିବା ଖଟା ଢ଼କାର କିମ୍ବା ପେଟରେ ଗ୍ୟାସ ହେବା କାରଣରୁ ଆପଣଙ୍କୁ କାମ କରିବାରେ ଅସୁବିଧା ହୋଇଥାଏ। ଏହି ସମସ୍ୟା ଠାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପାୟକୁ ଆପଣାନ୍ତୁ ଯାହାଦ୍ବାରା ଏହାକୁ ରୋକା ଯାଇ ପାରିବ।

laungଲବଙ୍ଗ:

ଏସିଡିଟି କିମ୍ବା ଗ୍ୟାଷ୍ଟିକ ହେବା ସମୟରେ ଦୁଇଟି ଲବଙ୍ଗକୁ ଚୋବାଇ ଖାଆନ୍ତୁ। ଏଥିରେ ଥିବା ରସ ଏସିଡିଟି ଠାରୁ ମୁକ୍ତି ଦେଇଥାଏ।

Cumin seeds ଜୀରା:

ଏକ ଚାମଚ ଜୀରାକୁ ସାମାନ୍ୟ ଭାଜି ଗୁଣ୍ଡ କରିଦିଅନ୍ତୁ। ଏହାପରେ ଏକ ଗ୍ଲାସ ପାଣିରେ ଜିରାକୁ ମିଶାଇ ଗୋଳାଇ ଦିଅନ୍ତୁ। ଜୀରାର ଏହି ପାଉଡରକୁ ଖାଦ୍ୟ ଖାଇବା ପରେ ନିଶ୍ଚୟ ନିଅନ୍ତୁ।

guddଗୁଡ:

ଏସିଡିଟି ସମୟରେ ଗୁଡର ଏକ ଛୋଟ ଖଣ୍ଡକୁ ପାଟିରେ ଜାକନ୍ତୁ। କିନ୍ତୁ ମଧୁମେହ ରୋଗୀ ମାନଙ୍କ ପାଇଁ ଏହି ଉପଚାର ଆଦୌ ଉଚିତ ନୁହେଁ।

tulsiତୁଳସୀ ପତ୍ର:

ତୁଳସୀ ପତ୍ରକୁ ଖାଇବା ଦ୍ବାରା ମଧ୍ୟ ଏସିଡିଟି ଠାରୁ ମୁକ୍ତି ମିଳିଥାଏ। ପାଞ୍ଚ, ଛଅଟି ତୁଳସୀ ପତ୍ରକୁ କିମ୍ବା ତୁଳସୀ ଚା’କୁ ପିଇବା ଦ୍ବାରା ଆପଣଙ୍କୁ ତୁରନ୍ତ ଆରାମ ମିଳିଥାଏ।

chanchଛାଞ୍ଚ୍:

ଛାଞ୍ଚକୁ ପିଇବା ଦ୍ବାରା ଏହା ପେଟକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ। ଏଥିରେ ଏକ ଚତୁର୍ଥାଂଶ କଳାମରିଚ ମିଶାଇ ଏହାକୁ ସେବନ କରନ୍ତୁ। ଏଥିରୁ ଏସିଡିଟି ଠାରୁ ତୁରନ୍ତ ମୁକ୍ତି ମିଳିଥାଏ।

Gingerଅଦା:

ଖାଦ୍ୟ ଖାଇବାର ଅଧାଘଣ୍ଟା ପୂର୍ବରୁ ଅଦାର ଏକ ଛୋଟ ଖଣ୍ଡକୁ ଖାଆନ୍ତୁ। ଏଥିରୁ ଏସିଡିଟି କିମ୍ବା ଗ୍ୟାଷ୍ଟିକ ଭଳି ସମସ୍ୟାରୁ ଆରାମ ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.