ଘଟଗାଁ ତାରିଣୀ ମନ୍ଦିରରେ ପଡ଼ି ରହିଛି ମାନସିକ ନଡ଼ିଆ, ଟେଣ୍ଡର ହୋଇ ପାରୁ ନଥିବାରୁ ପଚିଯିବା ଆଶଙ୍କା

ଘଟଗାଁ ମାଆ ତାରିଣୀଙ୍କ ମନ୍ଦିରକୁ ଆସୁଥିବା ନଡିଆ ପାହାଡ଼ ଆକାର ଧାରଣ କଲାଣି । ବିପୁଳ ପରିମାଣରେ ଗଚ୍ଛିତ ଥିବା ମାନସିକ ନଡିଆ ୧୧ଲକ୍ଷ ପାର ହୋଇଥିବା ବେଳେ ମାନସିକ ନଡିଆ ନିଲାମ ହୋଇ ପାରୁ ନଥିବାରୁ ସେସବୁ ପଚିସଢ଼ି ନଷ୍ଟହେବାର ଆଶଙ୍କା ଦେଖା ଦେଇଛି।

ଘଟଗାଁ (କେନ୍ୟୁଜ): ଏମିତି ଜଣେ ଠାକୁରାଣୀ ସେ ଯାହାଙ୍କୁ ଖାଲି ନଡ଼ିଆଟିଏ ବଢ଼ାଇ ଦେଲେ ମାନସିକ ପୂରଣ ହୋଇଯାଏ ବୋଲି ଲୋକଙ୍କ ବିଶ୍ବାସ କରନ୍ତି । ଆଉ ସେହି ବିଶ୍ବାସରେ ରାଜ୍ୟର ପ୍ରତି ବସଷ୍ଟାଣ୍ଡରୁ ଆରମ୍ଭ କରି ବିଭିନ୍ନ ତାରିଣୀ ମନ୍ଦିର ପାଖରେ ଗଦା ହୋଇଥାଏ ନଡ଼ିଆ ସବୁ । ତେବେ ସେଇ ମାନସିକ ନଡ଼ିଆ ପାଇଁ ଟେଣ୍ଡର ସମସ୍ୟା ଦେଖା ଦେଇଛି। ଫଳରେ ଘଟଗାଁ ମାଆ ତାରିଣୀଙ୍କ ମନ୍ଦିରକୁ ଆସୁଥିବା ନଡିଆ ପାହାଡ଼ ଆକାର ଧାରଣ କଲାଣି । ବିପୁଳ ପରିମାଣରେ ଗଚ୍ଛିତ ଥିବା ମାନସିକ ନଡିଆ ୧୧ଲକ୍ଷ ପାର ହୋଇଥିବା ବେଳେ ମାନସିକ ନଡିଆ ନିଲାମ ହୋଇ ପାରୁ ନଥିବାରୁ ସେସବୁ ପଚିସଢ଼ି ନଷ୍ଟହେବାର ଆଶଙ୍କା ଦେଖା ଦେଇଛି। ଯାହାକୁ ନେଇ ଏବେ ଭକ୍ତଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି।

ପ୍ରତିଦିନ ମନ୍ଦିରକୁ ହଜାର ହଜାର ନଡ଼ିଆ ଆସିଥାଏ । ସେସବୁକୁ ମନ୍ଦିର ପରିସରରେ ଥିବା ଦୁଆରଶୁଣି ମନ୍ଦିରରେ ପିଟା ଯିବା ପରେ ଏହାକୁ ବିକ୍ରି କରାଯାଇଥାଏ। ପରେ ଏହି ନଡ଼ିଆ ସବୁକୁ ଟେଣ୍ଡର ଦ୍ବାରା ବିକ୍ରି କରିଥାଏ ମନ୍ଦିର ପ୍ରଶାସନ । ତେବେ ନଡ଼ିଆ କିଣିବା ପାଇଁ ଟେଣ୍ଡର ନେଇଥିବା ବ୍ୟକ୍ତି ଏଥିରୁ ଓହରିଯିବା ପରେ ଚାରିଥର ଟେଣ୍ଡର ଡକାଯାଇ ସାରିଲାଣି । କିନ୍ତୁ ଟେଣ୍ଡର ପ୍ରକ୍ରିୟାରେ କେହି ଭାଗ ନେଉ ନାହାନ୍ତି । ତେବେ ଏନେଇ ଆମେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ରଙ୍କୁ ପଚାରିବାରୁ ଏଭଳି ଘଟଣାକୁ ନେଇ ସେ ଦୁଃଖ ପ୍ରକାଶ କରିବା ସହ କିପରି ତୁରନ୍ତ ଟେଣ୍ଡର ପ୍ରକ୍ରିୟା ଶେଷ କରାଯିବ ସେ ନେଇ ମନ୍ଦିର ପ୍ରଶାସନ ଚେଷ୍ଟା କରିବ ବୋଲି ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.