Below header

ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ଶୀତ ଓ କୁହୁଡ଼ି, ଜାତୀୟ ରାଜପଥ ୪୯ରେ ଦିଶିଲା ନାହିଁ ରାସ୍ତା, ଗାଡ଼ି ଚଳାଚଳ ବନ୍ଦ

ମୟୁରଭଞ୍ଜ: କମୁଛି ପାରଦ ବଢୁଛି ଶୀତ । ମୟୁରଭଞ୍ଜ ଜିଲ୍ଲାରେ କୁହୁଡି ସହିତ ଜାରି ରହିଛି ଶୀତର ଲହରୀ। ସନ୍ଧ୍ୟା ଅପେକ୍ଷା ସକାଳୁ ବେସି ଥଣ୍ଡା ଅନୁଭବ ହେଉଛି । ଆଜି ଜାତୀୟ ରାଜପଥ ୪୯ ରେ କୁହୁଡି ଯୋଗୁଁ ଯିବା ଆସିବା ଗୋଟିଏ ପ୍ରକାର ଠପ ହେଇଯାଇଥିଲା ।

ସକାଳ ୮ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କୁହୁଡି ଦେଖିବାକୁ ମିଳିଥିଲା । ଆଜି ମୟୁରଭଞ୍ଜ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ । ଶିମିଳିପାଳ ଅଭୟାରଣ୍ୟରେ ଥିବା ଉପରବାରାକାମୁଡାରେ ୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ନଅଣାରେ ୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାର ବନବିଭାଗ ପକ୍ଷରୁ ସୂଚନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.