Below header

ଥଣ୍ଡାରେ ଥରୁଛି ସାରା ଓଡ଼ିଶା, ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଶୀତ ଲହରି, ୧୩ଟି ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

କେନ୍ୟୁଜ୍(ବ୍ୟୁରୋ): ଖସୁଛି ପାରଦ । ଜାଡ଼ରେ ଥରୁଛି ଓଡ଼ିଶା । ଦିନରେ କୁହୁଡ଼ି, ରାତିରେ ଥଣ୍ଡା । ଉପକୂଳରୁ ଦକ୍ଷିଣ, ଆଭ୍ୟନ୍ତରୀଣ ସବୁଠି ଶୀତ ତାଣ୍ଡବ । ସକାଳ ୧୦ଟା ପର୍ଯ୍ୟନ୍ତ ହାତ ଗୋଡ଼ କାଲୁଆ ହେଇ ଯାଉଛି । ରାତି ୮ଟାରୁ ଶୂନଶାନ ଗାଁଗଣ୍ଡା ସହର ବଜାର ରାସ୍ତାଘାଟ । ରାଜ୍ୟରେ ସବୁଠୁ ଶୀତଳ ସହର ପାଲଟିଛି ସୋନପୁର । ୧୦ ଡିଗ୍ରୀ ତଳେ ରହିଛି ୧୫ଟି ସହର ତାପମାତ୍ରା । ଦାରିଙ୍ଗିବାଡ଼ି, ବଣାଇ ଆଦି ଅଞ୍ଚଳରେ ତୁଷାରପାତ ହୋଇଛି। ଆଗାମୀ ଦୁଇ ଦିନ ଶୀତରୁ ନିସ୍ତାର ନାହିଁ । ୧୩ଟି ଜିଲ୍ଲା ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ଢ଼େଙ୍କାନାଳ,ସୋନପୁର, ବୌଦ୍ଧ, କଟକ, ପୁରୀ, ଖୋର୍ଦ୍ଧା, କଳାହାଣ୍ଡି ଓ ବଲାଙ୍ଗିର ପାଇଁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିିଂ।

orange warningନିରାଶ୍ରୟଙ୍କ ଦୁଃଖ ବଢ଼ାଇଛି ଶୀତ । ଖୋଲା ଆକାଶ ତଳେ ବିତୁଛି ଫୁଟପାଥ ଲୋକଙ୍କ ରାତି । ଭୁବନେଶ୍ୱର ରେଳ ଷ୍ଟେସନର ଏହି ଦୃଶ୍ୟ । ପ୍ଲାଟଫର୍ମରେ କେହି କେହି ମୁଣ୍ଡ ଗୁଞ୍ଜିଥିଲେ। ଶିଳ୍ପନଗରୀ ଅନୁଗୋଳ ଜିଲ୍ଲା ପାଇଁ ଜାରି ହୋଇଛି ଅରେଞ୍ଜ ଓ୍ଵାର୍ଣ୍ଣିଂ । ସଞ୍ଜ ନଇଁବା ମାତ୍ରେ ଦିନ ମଜୁରିଆ ବାସହରା ଖୋଜୁଛନ୍ତି ଆଶ୍ରୟ ସ୍ଥଳ । କିନ୍ତୁ ବ୍ୟବସ୍ଥା କିଛି ନାହିଁ । ସେପଟେ ଶୀତରେ କମ୍ପୁଛି ଉତ୍ତର ଭାରତ । ଦିଲ୍ଲୀରେ ସଙ୍ଗୀନ ଅବସ୍ଥା । ଦିନ ସାରା କୁହୁଡ଼ି ଚାଦରରେ ଘୋଡ଼ାଇ ହୋଇ ରହୁଛି ଦେଶର ରାଜଧାନୀ । ସେହିପରି ଉତ୍ତରାଖଣ୍ଡ, କାଶ୍ମୀର, ହିମାଚଳ ପ୍ରଦେଶରେ ତୁଷାରପାତ ହେଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.