Below header

ଅସ୍ତରଙ୍ଗ ବ୍ଲକର ସଫଳ ଚାଷୀ ଶିବ, ପୋଖରୀରେ ମାଣ୍ଡିଆ କଙ୍କଡା ଚାଷ କରି ଯୁବକଙ୍କୁ ନିଯୁକ୍ତି ଦେଇ ପାଲଟିଛନ୍ତି ଉଦାହରଣ

ପୁରୀ(କେନ୍ୟୁଜ୍): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ମଧୁପୁର ଗାଁର ଶିବ କୁମାର ପରିଡା । ରୋଜଗାର କରିବା ଆଶାରେ ଆରମ୍ଭ କରିଥିଲେ ମାଛ ଚାଷ । ହେଲେ ଏଥିରେ କ୍ଷତି ସହି ହତାଶ ହୋଇପଡିଥିଲେ । ଶେଷରେ କଙ୍କଡା ଚାଷ କଲେ ଭଲ ରୋଜଗାର ହେବ ବୋଲି ଶୁଣିବାକୁ ପାଇଥିଲେ ଶିବ । ଏହା ପରେ ନିଜର ଚାରି ଏକର ଚାଷ ଜମିରେ ଆରମ୍ଭ କଲେ ମାଣ୍ଡିଆ କଙ୍କଡା ଚାଷ । ଏଥିପାଇଁ ଖର୍ଚ୍ଚ କରିଥିଲେ ପ୍ରାୟ ଦୁଇ ଲକ୍ଷ ଟଙ୍କା । ଏବେ ତିନି ମାସ ପରେ କଙ୍କଡା ବିକ୍ରି କରିବା ଆରମ୍ଭ କରି ବେଶ୍‌ ଲାଭବାନ୍‌ ହେଉଛନ୍ତି ଶିବ । ସାଧାରଣତଃ ଏହି ମାଣ୍ଡିଆ କଙ୍କଡା ନଦୀ ପାଖରେ ଗାତ କରି ରହିଥାନ୍ତି । କିନ୍ତୁ ପୋଖରୀରେ ଚାଷ କରିବା ଖୁବ୍‌ କମ୍‌ ସ୍ଥାନରେ ଦେଖିବାକୁ ମିଳିଥାଏ । ଯାହାକୁ କରି ଦେଖାଇଛନ୍ତି ଶିବ କୁମାର ।

crabs farming 1

ବଜାରରେ ଏହି ମାଣ୍ଡିଆ କଙ୍କଡାର ବେଶ୍‌ ଚାହିଦା ଥାଏ । ବିଶେଷ କରି ପଶ୍ଚିମବଙ୍ଗର ବେପାରୀ ମାନେ ଏହାକୁ କିଣି ବିଦେଶକୁ ପଠାଇଥାନ୍ତି । ତେଣୁ ଶିବ କୁମାର ଏପରି ଏକ ଲାଭଦାୟକ ଚାଷ କରି ଆଗକୁ ମାଡି ଚାଲିଛନ୍ତି । ସେ ନିଜେ ରୋଜଗାର କରିବା ସହ ୫ ଜଣ ବେକାର ଯୁବକଙ୍କୁ ନିଯୁକ୍ତି ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।ମାଛ ଚାଷ ପ୍ରତି କଙ୍କଡା ଚାଷପ୍ରତି ଆଗ୍ରହ ବଢୁଥିବାରୁ ରାଜ୍ୟ ସରକାର ଚାଷୀମାନଙ୍କୁ ପ୍ରୋତ୍ସାହନ ଦେବାକୁ ଦାବି ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.