Below header

ଭଦ୍ରକ: ମହଙ୍ଗା ପଡିଲା ସରକାରୀ ଜାଗାରେ ଘର କରିବା, ଅସହାୟ ପରିବାରର ଘର ଭାଙ୍ଗିଦେଲେ ଗ୍ରାମବାସୀ

ଭଦ୍ରକ(କେନ୍ୟୁଜ୍): ମହଙ୍ଗା ପଡିଲା ସରକାରୀ ଜାଗାରେ ଘର କରିବା । ଅସହାୟ ପରିବାରର ଘର ଭାଙ୍ଗିଲେ ଗ୍ରାମବାସୀ । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ସ୍ଥିତ ଅରଣ୍ଡୁଆ ପଞ୍ଚାୟତରେ । ରମାକାନ୍ତ ବେହେରା ଦୀର୍ଘ ବର୍ଷ ଧରି ସରକାରୀ ଯାଗାରେ ମାଟି ଘର କରି ନିଜ ପରିବାର ସହ ରହି ଆସୁଥିଲେ । ହେଲେ ଏବେ ଗାଁର କିଛି ଲୋକେ ଏକ ବୈଠକ କରି ତାଙ୍କୁ ସେଠାରୁ ଚାଲି ଯିବାକୁ କହିଲେ । ହେଲେ ସେ ନିରାଶ୍ରୟ ଥିବାରୁ ଆଉ କେଉଁଠିକି ଯିବା ସମ୍ଭବ ନଥିଲା । ତେବେ ଘରେ କେହି ନଥିବାର ସୁଯୋଗ ନେଇ ଘର ଭାଙ୍ଗି ଦେଇଛନ୍ତି ଗାଁର କିଛି ଲୋକେ । ଫଳରେ ଜାଡ ଏବଂ ଝିପଝିପ ବର୍ଷାରେ ପରିବାରକୁ ନେଇ ରାସ୍ତା କଡ଼ରେ ରାତି କାଟୁଛନ୍ତି । ଏନେଇ ରମାକାନ୍ତଙ୍କ ସ୍ତ୍ରୀ ବାସୁଦେବପୁର ଥାନାରେ ଅଭିଯୋଗ କରିଛନ୍ତିି । ହେଲେ କୌଣସି ସୁଫଳ ମିଳୁନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.