Below header

ପୁରୀର ଐତିହ୍ୟ କରିଡରର କାମ ନିୟମ ଓ ପ୍ରସ୍ତାବିତ ଡିଜାଇନ୍‌ ଅନୁଯାୟୀ ହେଉଛି: ଜିଲ୍ଲାପାଳ ସମର୍ଥ ବର୍ମା

ପୁରୀ(କେନ୍ୟୁଜ୍):  ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ଵସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବାକୁ ନିର୍ମାଣ ଚାଲିଛି ଐତିହ୍ୟ କରିଡର। ଏଥିପାଇଁ NMA ର NOC ମିଳିସାରିଛି। ପ୍ରତ୍ନତତ୍ତ୍ୱ ବିଭାଗ ମହାନିର୍ଦ୍ଦେଶକ ମଧ୍ୟ ପୁରୀ ଗସ୍ତ ସମୟରେ ଐତିହ୍ୟ କରିଡର ନିର୍ମାଣ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ନିୟମ ଓ ପ୍ରସ୍ତାବିତ ଡିଜାଇନ୍‌ ଅନୁଯାୟୀ କାର୍ଯ୍ୟ ହେଉଥିବା ପୁଣି ଥରେ ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ଐତିହ୍ୟ କରିଡର ନିର୍ମାଣରେ କଣ କଣ କରାଯିବ ସେନେଇ ସେବାୟତ,ବୁଦ୍ଧିଜୀବୀ ଓ ସଚେତନ ନାଗରିକଙ୍କୁ ଅବଗତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ସେପଟେ ଜିଲ୍ଲା ଓକିଲ ସଂଘର ଏକ ପ୍ରତିନିଧି ମଣ୍ଡଳୀ ନିର୍ମାଣ କାର୍ଯ୍ୟସ୍ଥଳୀ ଅନୁଧ୍ୟାନ କରିବା ପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ମହାପ୍ରଭୁଙ୍କ ପାଇଁ ଜମି ଦାନ କରିଥିବା ଜମିଦାତା,ସେବାୟତ ପ୍ରକଳ୍ପକୁ ବିରୋଧ କରୁନଥିବାବେଳେ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏହାକୁ ବିରୋଧ କରୁଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ବୁଦ୍ଧିଜୀବୀ କହିଛନ୍ତି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.