ମଝି ରାସ୍ତାରେ ହିରୋପନ୍ତୀ ଦେଖଉଥିଲା ଯୁବକ, କିନ୍ତୁ ଠିକ ସମୟରେ ଷଣ୍ଢ ଆସି କରିଦେଲେ ଏମିତି କାଣ୍ଡ

ଆପଣ ଅନେକ ବାଇକ ଚାଳକ ଯୁବକଙ୍କୁ ରାସ୍ତା ମଝିରେ ଷ୍ଟଣ୍ଟ କରୁଥିବାର ଦେଖିଥିବେ। ଅଧିକାଂଶ ଯୁବକ ନିଜର ହିରୋପନ୍ତି ଦେଖାଇବା ପାଇଁ ରାସ୍ତା ମଝିରେ ଷ୍ଟଣ୍ଟ ଦେଖାଇବା ଆରମ୍ଭ କରିଦିଅନ୍ତି। କିନ୍ତୁ ଏମିତି କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଗଲା। କାହିଁକିନା ଏମିତି କରିବା ସମୟରେ ଷଣ୍ଢଙ୍କର ଏକ ଦଳ ଆସିଗଲେ ଆଉ ଷ୍ଟଣ୍ଟ ଦେଖାଉଥିବା ଯୁବକଙ୍କୁ ଏମିତି ପାନେ ଦେଲେ ଯେ ଯୁବକ ଜଣଙ୍କ ବାଇକ ଧରି ଛାନିଆ ହୋଇ ଏକଦମ୍‌ ଛୁ ମାରିଛନ୍ତି।

ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଯୁବକଙ୍କର ଷ୍ଟଣ୍ଟ ଷଣ୍ଢଙ୍କୁ ପସନ୍ଦ ଆସିଲାନାହିଁ। ଏହାପରେ ସେମାନେ ଯୁବକଙ୍କ ସହ କିଛି ଏମିତି କାଣ୍ଡ କଲେ ଯାହାକୁ ଦେଖିବା ପରେ ବିଶ୍ୱାସ କରନ୍ତୁ ଆପଣ ନିଜ ହସକୁ କଣ୍ଟ୍ରୋଲ କରିପାରିବେନି। ଏହି ମଜାଦାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଭିଡିଓରେ ଦେଖିପାରିବେ ଯେ ଜଣେ ଯୁବକ ମଝି ରାସ୍ତାରେ ନିଜ ବାଇକ ରଖି ଷ୍ଟଣ୍ଟ ଦେଖାଇବା ଆରମ୍ଭ କରିଦେଲେ। ସେ ଭୂମିରେ ଛିଡା ହୋଇ ଖେଳଣା ଭଳି ବାଇକୁ ଗୋଲ ଗୋଲ କରି ବୁଲାଉଛନ୍ତି। ଏହି ସମୟରେ ତାଙ୍କୁ ଟିକେ ବି ଧାରଣା ନଥିଲା ଯେ ଷଣ୍ଢ ଦଳ ବଦଳ ହୋଇ ତାଙ୍କ ପଛରେ ଲାଗିଗଲେଣି ବୋଲି। ଯେମିତି ଗୋଟେ ଷଣ୍ଢ ଆସି ଯୁବକଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଛି ଯୁବକ ଜଣଙ୍କ ଛାନିଆରେ ସେଠାରୁ ଛୁ ମାରିଛନ୍ତି। ଆପଣ ବି ଦେଖନ୍ତୁ ଏହି ମଜାଦାର ଭିଡିଓ। ଯାହାକୁ ଦେଖି ନିଜ ହସକୁ ଅଟକାଇପାରିବେନି ଆପଣ।

 

View this post on Instagram

 

A post shared by memes | comedy (@ghantaa)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.