ହ୍ଵାଟ୍ସଆପ ଡିଲିଟ ହେବା ପରେ ମଧ୍ୟ ସେଫ ରହିବ ସମସ୍ତ ଚାଟ, କେବଳ ବଦଳାନ୍ତୁ ଏହି ସେଟିଙ୍ଗ୍‌

କେବେ ଆପଣ ଭାବିଛନ୍ତି କି ଯଦି ଆପଣଙ୍କ ଫୋନ ଚୋରି ହୋଇଯାଏ କିମ୍ବା କାମ କରିବା ବନ୍ଦ କରିଦିଏ ତାହେଲେ କଣ ହେବ ? ଏହା ଶୁଣିବା ମାତ୍ରେ ପ୍ରଥମେ ଆମେ ଚାଟ ବିଷୟରେ ଭାବିଥାଉ । କାରଣ ଆଜିକାଲି ଚାଟିଙ୍ଗ କରିବା ପାଇଁ ଲୋକମାନେ ସର୍ବବୃହତ ଚାଟିଙ୍ଗ ଆପ ହ୍ଵାଟ୍ସଆପକୁ ଛାଡି ଗୋଟେ ମୁହୂର୍ତ୍ତ ରହିବା ମଧ୍ୟ ମୁସ୍କିଲ ହୋଇପଡୁଛି । କାରଣ ଏହା ମାଧ୍ୟମରେ ଆମ ପାଖରେ ଅତ୍ୟନ୍ତ ଜରୁରୀ, ବ୍ୟକ୍ତିଗତ ଓ ସାମାଜିକ ବାର୍ତ୍ତା ପହଂଚିଥାଏ । କିନ୍ତୁ ଥରେ ଭାବନ୍ତୁ ତ ଯଦି କୌଣସି କାରଣରୁ ନିଜର ସମସ୍ତ ଜରୁରୀ ତଥ୍ୟ ଏବଂ ମିଡ଼ିଆ ଫାଇଲ ଗୁଡିକ ଅଚାନକ ଭାବେ ହରାଇ ବସନ୍ତି ତାହେଲେ କଣ ହେବ ? ନିଶ୍ଚୟ ବ୍ୟସ୍ତ ହୋଇଯିବେ ଆପଣ।

ତାହେଲେ ଜାଣିରଖନ୍ତୁ ଏପରି କିଛି ଘଟିବା ପୂର୍ବରୁ ଆପଣ ହ୍ୱାଟ୍ସଆପର ‘ଚାଟ ବ୍ୟାକପ’ ଫିଚର ସହିତ ନିଜର ଡାଟାଗୁଡିକ ହରାଇବାରୁ ବଂଚିପାରନ୍ତି । ଏହି ଫିଚର ଦ୍ୱାରା ୟୁଜର ଚାଟ ହିଷ୍ଟ୍ରୀ, ଭଏସ ମେସେଜ, ଫଟୋ ଏବଂ ଭିଡିଓକୁ ଏକ ପ୍ରାଇଭେଟ ବ୍ୟାକଅପ ଗୁଗଲ ଡ୍ରାଇଭରେ ପ୍ରସ୍ତୁତ କରିପାରିବେ । ଏହାଦ୍ୱାରା ଯଦି ଆପଣଙ୍କ ଫୋନ ହଜି ଯାଏ କିମ୍ବା କୌଣସି କାରଣରୁ ଖରାପ ହୋଇଯାଏ ତାହେଲେ ଆପଣ ନିଜର ପର୍ସନାଲ ଚାଟ ଗୁଡିକୁ ବଞ୍ଚାଇ ପାରିବେ । ଏଥିପାଇଁ ଆପଣଙ୍କୁ ନିଜର ହ୍ୱାଟ୍ସଆପର ଚାଟ ହିଷ୍ଟ୍ରୀକୁ ସେଭ କରିବାକୁ ପଡିବ । ତାହେଲେ ଜାଣନ୍ତୁ କିପରି ସେଭ କରିବେ ନିଜର ଚାଟ ହିଷ୍ଟ୍ରୀ ।

ଚାଟର ବ୍ୟାକଅପ ନେବା ପାଇଁ ସର୍ବପ୍ରଥମେ ହ୍ଵାଟ୍ସଆପ ଓପନ କରନ୍ତୁ । ତାପରେ ମେନୁ ବଟନକୁ ଯାଆନ୍ତୁ । ତାପରେ ସେଟିଂକୁ ଯାଇ ଚାଟ ସିଲେକ୍ଟ କରନ୍ତୁ । ତାପରେ ଚାଟ ଵ୍ୟାକଅପକୁ ଯାଇ ଵ୍ୟାକଅପ ବଟନକୁ ସିଲେକ୍ଟ କରନ୍ତୁ ।

ଅଟୋମେଟିକ ସେଟ କରିପାରିବେ Backup

ଆପଣ ଏଠାରେ ଅଟୋ ଵ୍ୟାକଅପର ଫ୍ରୀକୁଏନ୍ସି ମଧ୍ୟ ସିଲେକ୍ଟ କରିପାରିବେ Daily, Weekly କିମ୍ବା monthly । ଯେତେବେଳେ ଆପଣ ଵ୍ୟାକଅପ କିମ୍ବା Never ଉପରେ କ୍ଲିକ କରୁଛନ୍ତି ସେହି ସମୟରେ Daily ସେଟ କରିବା ଦ୍ୱାରା ଆପଣ ଗୁଗଲ ଡ୍ରାଇଭରେ ପ୍ରତିଦିନ ଡାଟା ସେଭ କରିପାରିବେ । କିନ୍ତୁ ଯଦି ପ୍ରତିଦିନ ଆପଣଙ୍କୁ ୱାଇଫାଇ ଆକ୍ସେସ ମିଳୁନାହିଁ ତାହେଲେ ଆପଣ ଏହାକୁ weekly ରେ ମଧ୍ୟ ସେଟ କରିପାରିବେ । କାରଣ ବ୍ୟାକଅପରେ ଆପଣଙ୍କର ଅଧିକ ଡାଟା ଖର୍ଚ୍ଚ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.