ସାଇକେଲ ଚେନରେ ଗୁଡେଇ ଯାଇଥିଲା ନାଗ ସାପ, ଅଳ୍ପକେ ରକ୍ଷା ପାଇଗଲେ ଛାତ୍ରୀ

ଜଗତସିଂହପୁର(କେ ନ୍ୟୁଜ): ଆଉ ଟିକେ ହୋଇଥିଲେ ଚୋଟ ମାରିଥାନ୍ତା ନାଗ । ଅଳ୍ପକେ ଚାଲିଯାଇଥାନ୍ତା ଛାତ୍ରୀଙ୍କ ଜୀବନ । ଭଗବାନଙ୍କ ଦାଉରୁ ଟିକକରୁ ରକ୍ଷା ପାଇଗଲେ । ପ୍ରକୃତରେ ଘଟଣାଟି ଘଟିଥିଲା ଏହିପରି କୋଉଠି ଥିଲା କେଜାଣି ସାଇକେଲ ଚକା ଭିତରକୁ ପଶିଆସିଥିଲା ଏକ ବିରାଟ ନାଗସାପ । ସ୍ପକ ଭିତରେ ଗୁଡେଇ ତୁଡେଇ ହୋଇ ରହିଥିଲା । ଜଗତସିଂହପୁର ବାରଙ୍ଗ କଲେଜରୁ କ୍ଲIଶ ସାରି ଘରକୁ ଫେରୁଥିବା ବେଳେ ନାଗଟି ସାଇକେଲ ଚେନରେ ଲାଗି ଯାଇଥିଲା ।

ଏହାକୁ ଅନ୍ୟ ପିଲା ମାନେ ଦେଖି ଚିତ୍କାର ଛାଡ଼ିବାରୁ ଝିଅ ଟି ସାଇକେଲ ରୁ ଡେଇଁ ପଡିଥିଲା । ପରେ ସ୍ଥାନୀୟ ବାସିନ୍ଦା ସ୍ନେକ ହେଲ୍ପ ଲାଇନକୁ ଖବର ଦେବାରୁ ଘଟଣା ସ୍ଥଳରେ ବନବିହାରୀ ଦାସ ପହଂଚି ସାପକୁ ସାଇକେଲରୁ ବାହାର କରିଥିଲେ । ସାଇକେଲ ଚେନରେ ପଶି ସାପର ଅବସ୍ଥା ଗୁରୁତ୍ୱ ହୋଇଥିବାରୁ ତାହାର ଚିକିତ୍ସା କରାଯାଇ ପାଖ ଜଙ୍ଗଲରେ ଛାଡି ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.