ନୂଆବର୍ଷ ଆରମ୍ଭରେ ଅଟୋମେଟିକ ଗିୟର ସହିତ ଲଞ୍ଚ୍‌ ହେଲା Mahindra XUV300, ମିଳିବ ୪୦ ରୁ ଅଧିକ ଦମଦାର୍‌ ଫିଚର୍ସ

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଭାରତୀୟ ବଜାରରେ ନିଜର ଲୋକପ୍ରିୟ ଏସୟୁଭି ଏକ୍ସୟୁଭି ୩୦୦କୁ ଅଲ-ନ୍ୟୁ ପେଟ୍ରୋଲ AutoSHIFT (ଅଟୋସିଫ୍ଟ) ଟ୍ରାନ୍ସମିସନ ଟେକ୍ନୋଲୋଜି ସହିତ ଲଞ୍ଚ୍‌ କରିଛି। କମ୍ପାନୀ ଜଣାଇଛି ଯେ ଏହାର ଟପ୍‌-ଆଣ୍ଡ ଭେରିୟଣ୍ଟ W8 (O)ରେ ନୂଆ ଅଟୋମେଟିକ ଟ୍ରାନ୍ସିମିଶନ ବ୍ୟତୀତ ଅଲ-ନ୍ୟୁ BlueSense Plus କନେକଟେଡ ଏସୟୁଭି ଟେକ୍ନୋଲୋଜି ମଧ୍ୟ ଦିଆଯାଇଛି। କମ୍ପାନୀ ଘୋଷଣା କରିଛି ଯେ ସମସ୍ତ ନୂଆ ପେଟ୍ରୋଲ ଅଟୋସିଫ୍ଟ ମଡେଲ ପାଇଁ ବୁକିଙ୍ଗ୍‌ ଆରମ୍ଭ ହୋଇଗଲାଣି ଏବଂ କମ୍ପାନୀ ଫେବୃଆରୀ ମଝାମଝିରେ ଏହାର ଡେଲିଭରୀ ଆରମ୍ଭ କରିବା ପ୍ରସ୍ତୁତିରେ ଅଛି।

ଇଲେକଟ୍ରିକ ସନରୁଫ୍‌

XUV300ରେ ଇଲେକଟ୍ରିକ ସନରୁଫର ଫିଚର ଏବେ ଏସୟୁଭିର ମିଡ୍‌ ଭେରିୟଣ୍ଟ (W6) ଏବଂ ଏହା ଉପରର ମାନୁଆଲଏବଂ ଅଟୋଶିଫ୍ଟ ଉଭୟ ମଡେଲରେ ଲଞ୍ଚ୍‌ କରାଯିବ। ଏହାଛଡା କାରକୁ ନୂଆ କଲର ସ୍କିମ ସହିତ ଲଞ୍ଚ୍‌ କରାଯାଇଛି। W8(O) AutoSHIFT ଭେରିୟଣ୍ଟରେ ଡବ୍ଲ୍ୟୁ-ଟୋନ ରେଡ ଏବଂ ଡୁଆଲ ଟୋନ ଏକ୍ୱାମରୀନ କଲର ଦିଆଯାଇଛି। ଏହାସହିତ W6, W8 ଏବଂ W8(O) ମାନୁଆଲ ଭେରିୟଣ୍ଟସରେ ଅଲ୍‌-ନ୍ୟୁ ଗାଲାକ୍ସୀ ଗ୍ରେ ରଙ୍ଗର ବିକଳ୍ପ ଦିଆଯାଇଛି।

CAR MAHINDRA୪୦ ରୁ ଅଧିକ କନେକଡେଟ୍‌ ଫିଚର୍ସ

XUV300ରେ ଦିଆଯାଇଥିବା ଅଲ୍‌-ନ୍ୟୁ BlueSense Plus କନେକଟେଡ ଏସୟୁଭି ଟେକ୍ନୋଲୋଜିରେ ୪୦ ରୁ ଅଧିକ ଫିଚର୍ସ ମିଳୁଛି। ଏଥିରେ ରିମୋଟ ଡୋର ଲକ୍‌/ଅନଲକ୍‌, ଲାଇଭ ଭେଇକିଲ ଟ୍ରାକିଙ୍ଗ, ସେଫ୍ଟି ଆଣ୍ଡ ସିକ୍ୟୁରିଟୀ ଫିଚର୍ସ (ଜିଓ ଫେନସିଙ୍ଗ, ଇମରଜେନ୍ସୀ ଆସିଷ୍ଟ), ଭେଇକିଲ ଇନଫରମେସନ୍‌ ଆଲର୍ଟ (କେତେ ଦୂର ପର୍ଯ୍ୟନ୍ତ ପେଟ୍ରୋଲ ଶେଷ ହେବ, ଟାୟାର ପ୍ରେସର) ଭଳି ଅନେକ ଫିଚର୍ସ ଦିଆଯାଇଛି। ଏହା ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ ଉଭୟ ମୋବାଇଲ୍‌ ଫୋନରେ ଉପଲବ୍ଧ କରାଯିବ।

ଦାମ୍‌

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡର ଅଟୋମୋବାଇଲ ଡିଭିଜନର ସିଇଓ ବିଜୟ ନାକରା କହିଛନ୍ତି, ‘ଭାରତରେ ଯୁବା ଗ୍ରାହକମାନେ କମ୍ପରମାଇଜ୍‌ କରିବାକୁ ଚାହୁଁନାହାନ୍ତି ଏବଂ ଟେକ୍ନୋଲୋଜିରେ ଭରପୁର ଥିବା ସୁବିଧା ଏବଂ ଅନୁଭବର ଦାବି କରିଥାନ୍ତି। ପେଟ୍ରୋଲ ଉପରେ ଚାଲୁଥିବା ଏହି ନୂଆ ଅଟୋ ଟ୍ରାନ୍ସମିସନ ଅଟୋଶିଫ୍ଟ ଭାରତରେ ଲଞ୍ଚ୍‌ ହୋଇଛି। ଯାହା ସିଟି ଡ୍ରାଇଭ ସହିତ ହାଇେଓ୍ଵ ଉପରେ ଏକ ସରଳ ଏବଂ ସ୍ମଥ୍‌ ଡ୍ରାଇଭ ଲଞ୍ଚ୍‌ କରିବା ପାଇଁ ଆଡଭାନ୍ସଡ ଟେକ୍ନୋଲୋଜିର ବ୍ୟବହାର କରିଥାଏ। ଅଟୋଶିଫ୍ଟ ସହିତ ନୂଆ XUV300ର ମୁମ୍ବାଇରେ W6 ପେଟ୍ରୋଲ ଭେରିୟଣ୍ଟର ଏକ୍ସ-ସୋରୁମ ଦାମ୍‌ ୯.୯୫ ଲକ୍ଷ ଟଙ୍କାରେ ଆରମ୍ଭ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.