Below header

ଭିଜିଲାନ୍ସ ଜାଲରେ କଳାହାଣ୍ଡି ବିଶ୍ୱନାଥପୁର ହୀରାନୀଳା କଲେଜ ପ୍ରିନ୍ସପାଲ, ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍‌

ଭୁବନେଶ୍ବର(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ କଲେଜ ପ୍ରିନ୍ସପାଲ । କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ହୀରାନୀଳା କଲେଜ ପ୍ରିନ୍ସପାଲ ରମେଶ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ୍‌ ଚାଲିଛି । ଏକକାଳୀନ ୫ଟି ସ୍ଥାନରେ ରେଡ୍‌ ହେଉଛି ।

ବିଶ୍ୱନାଥପୁର କଲେଜର ଅଫିସ୍‌ ସମେତ ଡୁମଡୁମା, ହାଉସିଂବୋର୍ଡ କଲୋନୀରେ ଥିବା ବାସ ଭବନ, ବିଶ୍ୱନାଥପୁରରେ ଥିବା ପୈତୃକ ଘର, ଖୋର୍ଦ୍ଧାରେ ଥିବା କ୍ରସର ଓ ବିଶ୍ୱନାଥପୁରରେ ଥିବା କ୍ରସରେ ଚଢଉ ଚାଲିଛି । ଚଢଉରେ ୬ ଜଣ ଡିଏସପି, ୪ ଇନ୍ସପେକ୍ଟର ଓ ଭିଜିଲାନ୍ସ ଅଧିକାରୀ ସାମିଲ ଅଛନ୍ତି ।

କଲେଜରେ ପିଅନ ପୋଷ୍ଟ ପାଇଁ ୨ଲକ୍ଷ ୫୦ ହଜାର, ସୁଇପର ପୋଷ୍ଟ ଚାକିରୀ କରାଇ ଦେବା ପାଇଁ ୧ଲକ୍ଷ ୭୦ ହଜାର ଟଙ୍କା ନେଉଥିଲେ ପ୍ରିନ୍ସପାଲ । ପ୍ରିନ୍ସପାଲ ରମେଶ ଚନ୍ଦ୍ର ସାହୁଙ୍କ ବିରୋଧରେ ତଦନ୍ତ ପାଇଁ ଭବାନୀପାଟଣା ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅଗଷ୍ଟ ୨୦୨୧ରେ ୪ ଜଣିଆ କମିଟି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.