ବାହାଘର ସାରି ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବରଯାତ୍ରୀ ଗାଡି, ୨ମୃତ

ସୁବର୍ଣ୍ଣପୁର (କେନ୍ଯୁଜ୍): ଗଛରେ ପିଟି ହେଲା ବରଯାତ୍ରୀ ଗାଡି। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ । ବରଗଡ଼ ଜିଲ୍ଲା ବରପାଲି ଥାନା ଗଣ୍ଠିଆପାଲି ଗାଁରୁ ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲି ଗାଁକୁ ବାହାଘର ସାରି ଫେରୁଥିବା ସମୟରେ ଘଟିଥିଲା ଏହି ଦୁର୍ଘଟଣା ।  ଯାହା ଜଣାପଡିଛି ଏହି ସମୟରେ ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଭ୍ୟାନଟି ବଡକର୍ଲେ ଗାଁ ନିକଟରେ ଏକ ଗଛରେ ପିଟି ହୋଇଯାଇଥିଲା। ଯାହାଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି।

ମୃତ ବ୍ୟକ୍ତିମାନେ ହେଉଛନ୍ତି ବରଗଡ ସଦର ଥାନା ମାଳିପାଲିର ବିରଞ୍ଚି ମଲିକ(୬୦) ଓ ବରପାଲି ଥାନା ଗ୍ରୀନଡୋଲା ଗାଁର ଜିତେନ୍ଦ୍ର ବାଗ(୨୫)। ଆତହ ବ୍ୟକ୍ତିଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏନେଇ ଖବର ପାଇବା ପରେ ରାମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ ୨ଜଣଙ୍କର ମୃତ୍ଯୁ ଖବର ପ୍ରଚାର ହେବାପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.