ଗଳି ଗଳିର ଦାଦା ମାନଙ୍କୁ ପୋଲିସ କମିଶନରଙ୍କ ସତର୍କବାଣୀ, ଦାଦାବଟି ମାଗିଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

କେନ୍ୟୁଜ୍(ବ୍ୟୁରୋ):  ଗଳି ଗଳିର ଦାଦା ମାନଙ୍କୁ ପୋଲିସ କମିଶନରଙ୍କ ସତର୍କବାଣୀ। ଭୁବନେଶ୍ୱର ଓ କଟକକୁ ଦାଦାବଟୀ ମୁକ୍ତ କରାଯିବ।ଯଦି ଦାଦାବଟି ନେଉଥିବାର ଅଭିଯୋଗ ଆସେ ତେବେ ସେମାନଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ। ଦାଦାବଟି ରୋକିବା ପାଇଁ କମିଶନରେଟ ପୋଲିସ ଦ୍ବାରା  ସ୍ବତନ୍ତ୍ର ଆଣ୍ଟି ଏକ୍ସଟରସନ ଟାକ୍ସ ଫୋର୍ସ ଗଠନ କରାଯିବ। ପ୍ରତି ଥାନା ଓ ଡିସିପିଙ୍କ ସ୍ତରରେ ଜନ ସାଧାରଣଙ୍କ ସହିତ ବୈଠକ କରି ଲୋକଙ୍କୁ ଦାଦାବଟି ମାଗୁଥିବା ବ୍ଯକ୍ତିଙ୍କ ବିଷୟରେ ସୂଚନା ଦେବା ପାଇଁ କୁହାଯିବ। ପ୍ରତି ସପ୍ତାହରେ ଡିସିପି ସ୍ତରରେ ଓ ପ୍ରତି ୧୫ ଦିନରେ ଏସିପି ସ୍ଥିତି ଅନୁଧ୍ୟାନ କରିବେ। ଆଜି ସନ୍ଧ୍ଯା ସୁଦ୍ଧା ହେଲପ ଲାଇନ ନଂ ଜାରି କରାଯିବ ବୋଲି ପୋଲିସ କମିଶନର କହିଛନ୍ତି।

ଆଜି ଏକ ପ୍ରେସମିଟରେ କମିଶନରେଟ ପୋଲିସ କହିଛନ୍ତି   ପୂର୍ବରୁ ସକିଲ ସମେତ ଅନ୍ୟ ଗ୍ୟାଙ୍ଗଷ୍ଟରକୁ ଧରାଯାଇଛି । ଏବେ ଏହି ଦାଦାବଟି ରୋକିବା ପାଇଁ  ରେଖା ଲୋହାନିଙ୍କ ନେତୃତ୍ୱରେ ଏକ ଟିମ୍ କାମ କରିବ । ଲୋକମାନଙ୍କ ନିକଟରେ ବିଶ୍ଵାସ ସୃଷ୍ଟି କରିବା ପାଇଁ ଦାଦା ବଟି ଦେଉଥିବା ଲୋକଙ୍କ ନାମ ଗୋପନ ରଖାଯିବ।  ଲୋକେ ସାହର୍ଯ୍ୟ ନକଲେ ଆମେ ଦୈତ ନଗରରେ ଦାଦା ବଟି ବନ୍ଦ କରି ପାରିବୁ ନାହିଁ। ଥାନା ସ୍ତରରେ ଓ ଡିସିପିଙ୍କ ସ୍ତରରେ ବୈଠକ ହେବ । ଡିସିପିଙ୍କ ସ୍ତରରେ ଦାଦାବଟି ନେଇ ୧୫ ଦିନର ସମୀକ୍ଷ ହେବ । ଏଥିପାଇଁ  ଏକ ହେଲ୍ପ ଲାଇନ୍ ନମ୍ଵର ଜାରି କରାଯିବ । ଦାଦାବଟି ନେଇ ସୂଚନା ଦେଲେ ନାଁ ଗୋପନ ସହ ପୁରଷ୍କୃତ କରାଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.