ଆପଣ ବି ଖାଉଛନ୍ତି କି ପ୍ରୋଟିନ ପାଉଡର ? ତାହେଲେ ପ୍ରଥମେ ଜାଣିରଖନ୍ତୁ ଏହାର ୫ଟି ସାଇଡ ଇଫେକ୍ଟ

ଯଦି ଆପଣ ଜିମରେ ବ୍ୟାୟାମ କରୁଛନ୍ତି ତେବେ ଆପଣ ନିଶ୍ଚିତ ଭାବରେ ପ୍ରୋଟିନ୍ ପାଉଡର ବିଷୟରେ ଜାଣିଥିବେ । ଆଜିକାଲି ଅନେକ ଲୋକ ବଡି ଏବଂ ମସଲ୍ସ ତିଆରି କରିବାକୁ ପ୍ରୋଟିନ୍ ସପ୍ଲିମେଣ୍ଟେସନ୍ ପାଇଁ ଏହି ପ୍ରୋଟିନ୍ ପାଉଡର ବ୍ୟବହାର କରନ୍ତି । ଯଦି ଆପଣ ବି ନିଜର ମସଲ୍ସ ପାଇଁ ପ୍ରୋଟିନ୍ ପାଉଡର ନେଉଛନ୍ତି ତେବେ ପ୍ରଥମେ ଏହାର ସାଇଡଇଫେକ୍ଟ ବି ଜାଣିରଖନ୍ତୁ ।

Best Protein Powder for Women 2019 | 4 Protein Powders for Runners

  • ୱାର୍କଆଉଟ୍ ପରେ ପ୍ରୋଟିନ୍ ପାଉଡର ନେବା ଦ୍ୱାରା ଏହା ଇନସୁଲିନ୍ ବଢ଼ାଇଥାଏ । ଏହିପରି ଇନସୁଲିନର ନିୟମିତ ବୃଦ୍ଧି ସ୍ୱାସ୍ଥ୍ୟକୁ ଅଧିକ କ୍ଷତି ପହଞ୍ଚାଏ ।
  • ସେହି ପ୍ରୋଟିନ୍ ଗୁଡିକ ହେଉଛି ସାଧାରଣ ପ୍ରୋଟିନ୍ ଯାହା ଅଧିକାଂଶ ଲୋକ ଗ୍ରହଣ କରନ୍ତି । ଏହା ସାଧାରଣତଃ ଜିମରେ ୱାର୍କଆଉଟ କରୁଥିବା ବଡି ବିଲ୍ଡର ମାନେ ନେଇଥାନ୍ତି । ଏହା ମାଂସପେଶୀ ତିଆରି କରିବାରେ ସହାୟକ ହୋଇଥାଏ ସତ କିନ୍ତୁ ଏହା ଯେଉଁ ପ୍ରକାରରେ ପ୍ରସ୍ତୁତ ହୁଏ ତାହା ଶରୀର ପାଇଁ ଅଧିକ କ୍ଷତିକାରକ ହୋଇଥାଏ ।

Protein Shakes: Benefits of Whey and Soy Protein Powders and Shakes

  • ପ୍ରୋଟିନ୍ ପରି ପାଉଡରରେ ବି ବିଭିନ୍ନ ପ୍ରକାରର ହରମୋନ୍ ଏବଂ ବାୟୋଆକ୍ଟିଭ୍ ପେପ୍ଟାଇଡ୍ ଥାଏ । ଯାହାକୁ ନେବା ଦ୍ୱାରା ଶିବମ ନିର୍ମାଣ ବଢି ଯାଇଥାଏ । ଅନେକ ଅଧ୍ୟୟନରୁ ଜଣାପଡିଛି ଯେ ପ୍ରୋଟିନ୍ ସପ୍ଲିମେଣ୍ଟ ଗ୍ରହଣ କରିବା ଦ୍ୱାରା ବ୍ରଣ ସମସ୍ୟା ମଧ୍ୟ ବଢିଥାଏ ।
  • ପ୍ରୋଟିନ୍ ପାଉଡର ଖାଇବା ଦ୍ୱାରା ଶରୀରରେ ନ୍ୟୁଟ୍ରିସନର ଅସନ୍ତୁଳନ ହୋଇପାରେ । ଅଣ୍ଡା, କ୍ଷୀର ଏବଂ ମାଂସ ପରି ପ୍ରାକୃତିକ ପ୍ରୋଟିନ୍ ଖାଇବା ଦ୍ୱାରା ଏହା ଘଟିବାର ସମ୍ଭାବନା କମ୍ ହୋଇଥାଏ ।
  • ଅନେକ କମ୍ପାନୀର ପ୍ରୋଟିନ୍ ପାଉଡରରେ ବିଷାକ୍ତ ପଦାର୍ଥ ଥାଏ । ଯାହା ଶରୀର ପାଇଁ କ୍ଷତିକାରକ ଏବଂ ଏହାକୁ ଗ୍ରହଣ କରିବା ଦ୍ୱାରା ମୁଣ୍ଡବିନ୍ଧା, କୋଷ୍ଠକାଠିନ୍ୟ ଏବଂ ମାଂସପେଶୀ ଯନ୍ତ୍ରଣା ହୋଇପାରେ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.