ହକି ବିଶ୍ୱକପ ପାଇଁ କମିଶନରେଟ୍ ପୋଲିସର ବ୍ୟାପକ ପ୍ରସ୍ତୁତି : କଟକରୁ ଭୁବନେଶ୍ୱର ଭିତରେ ବଡ଼ ଗାଡ଼ି ଚଳାଚଳା ବନ୍ଦ

ଭୁବନେଶ୍ୱର (କେନ୍ୟୁଜ): ବିଶ୍ୱକପ ହକି ପ୍ରସ୍ତୁତିକୁ ନେଇ କମିଶନରେଟ ପୋଲିସର ବ୍ୟାପକ ପ୍ରସ୍ତୁତି। ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାରେ ୧୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ । ନିରୀକ୍ଷଣ ପାଇଁ ବିଭିନ୍ନ ପଏଣ୍ଟରେ ୮ଶହ ସିସିଟିଭି କ୍ୟାମେରା ଲଗାଯାଇଛି। ସୁରକ୍ଷା ପରିଚାଳନା ଦାୟିତ୍ୱରେ ଅତିରିକ୍ତ ଡିସିପି ରାଙ୍କର ଅଫିସର । ଖେଳାଳିଙ୍କ ମୁଭମେଣ୍ଟକୁ ନେଇ ପରିଚାଳନା ହେବ ଟ୍ରାଫିକ।

ଟ୍ରାଫିକ ମୁଭମେଣ୍ଟକୁ ବ୍ୟବସ୍ଥିତ କରିବା ପାଇଁ ପାର୍କିଂ ଉପରେ ଗୁରୁତ୍ୱ ଦେଇଛି ପୋଲିସ। ୧୦ଟି ନୂଆ ଏଡ଼ ପୋଷ୍ଟ ସହ ୧୬ଟି ହେଲ୍‌ପ ଡେକ୍ସ କରାଯାଇଛି। ଉଦଘାଟନୀ ଉତ୍ସବ ପାଇଁ ଖୋର୍ଦ୍ଧାରୁ କଟକ ଓ କଟକରୁ ଭୁବନେଶ୍ୱର ହେଭି ଭେଇକିଲ ବନ୍ଦ । ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ମିତ୍ର, ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟର କିଛି ସ୍ୱେଚ୍ଛାସେବୀ ସଂସ୍ଥାଙ୍କର ସହଯୋଗ ନେବ ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.