୧୪ ବର୍ଷରେ କମିସନରେଟ ପୋଲିସ: ସଂଗଠିତ ଅପରାଧ, ଜମିଜମା ଅପରାଧ ଓ ଡ୍ରଗ୍‌ସ କାରବାର ଉପରେ ରୋକ ଲଗାଇବା ଚଳିତବର୍ଷ ଫୋକସ 

ଭୁବନେଶ୍ବର(କେନ୍ୟୁଜ୍): ୧୪ ବର୍ଷରେ ପଦାର୍ପଣ କରିଛି କମିସନରେଟ ପୋଲିସ। ପ୍ରତିଷ୍ଠା ଦିବସ ଭର୍ଚୁଆଲ ମୋଡରେ ପାଳିତ ହୋଇଛି। ଟ୍ଵିନସିଟିରେ କଳେବର ବଢୁଥିବାରୁ କମିସନରେଟ ପୋଲିସ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ପୋଲିସ ଡିଜି ସୁନୀଲ ବଂଶଲ ଯୋଗ ଦେଇ ମହିଳା, ଭିନ୍ନକ୍ଷମ, ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ଯୋଗାଇବା ମୂଳ ଲକ୍ଷ୍ୟ ରହିବ ବୋଲି କହିଛନ୍ତି। ସଂଗଠିତ ଅପରାଧ, ଜମିଜମା ଅପରାଧ ଓ ଡ୍ରଗ୍‌ସ କାରବାର ଉପରେ ରୋକ ଲଗାଇବା ଚଳିତବର୍ଷ ଫୋକସରେ ରହିବ ବୋଲି କୁହାଯାଇଛି। ଏହା ସହ ୨ଟି ନୂଆ କାର୍ଯ୍ୟକ୍ରମ ଡ୍ରିମ୍‌ସ ଓ ଡ୍ରଗ୍‌ସ ଡିଆଡ଼ିକ୍ସନ ପାଇଁ ଆରମ୍ଭ ହୋଇଛି।

commissionrate police

ରକ୍ତ ବନ୍ଧୁ କାର୍ଯ୍ୟକ୍ରମ ମାଧ୍ୟମରେ ଜରୁରୀ ସମୟରେ ରକ୍ତ ଦାନ ପାଇଁ ନିର୍ଦ୍ଦିଷ୍ଟ ନମ୍ବର ଜାରି ହୋଇଛି । ଭୁବନେଶ୍ୱର ପାଇଁ 8093028108 ଓ କଟକ ପାଇଁ 8763899323 ଜାରି କରାଯାଇଛି। ସେପଟେ ବିଭିନ୍ନ ଥାନାରେ ଦକ୍ଷ କର୍ମଚାରୀ ସଂଖ୍ୟା ବଢିଲେ ପୋଲିସର କାର୍ଯ୍ୟଦକ୍ଷତା ବଢିବ ବୋଲି ମତ ଦେଇଛନ୍ତି ପୂର୍ବତନ ପୋଲିସ ଡିଜି।