Below header

ଚୀନ ତିଆରି କରୁଛି ମହାମାନବ, ଜାଣନ୍ତୁ ଏହି ଖତରନାକ ପ୍ରୋଜେକ୍ଟ ବିଷୟରେ

ଆପଣ ଜାଣିଛନ୍ତି ଯେ ଚୀନ ସବୁବେଳେ କିଛି ନା କିଛି ନୂଆ କାରନାମା କରୁଥାଏ । ଏମିତିକି ସବୁଠାରୁ ଶକ୍ତିଶାଳୀ ଦେଶ ଭାବେ ନିଜକୁ ପରିଚିତ କରିବା ପାଇଁ ଭିନ୍ନ ଭିନ୍ନ ପୁଣି ଖତରନାକ ଗବେଷଣା ମଧ୍ୟ କରିଥାଏ। ସବୁବେଳେ ଦୁନିଆ ସାମ୍ନାକୁ ଚୀନ ର କାଣ୍ଡ କାରମାନା ବିଷୟରେ ମଧ୍ୟ ଜଣା ପଡିଯାଏ । ଯାହାପାଇଁ ଅନ୍ୟ ଦେଶମାନେ ମଧ୍ୟ ଚୀନ ଉପରେ ନଜର ରଖିଥାଆନ୍ତି। ଯଦି ବିଶ୍ୱରେ କିଛି ଅସୁବିଧା ଆସେ ତେବେ ପ୍ରଥମେ ସମସ୍ତେ ଚୀନ ଉପରକୁ ହିଁ ଆଙ୍ଗୁଠି ଉଠାଇ ଥାଆନ୍ତି ।
ତେବେ ଚୀନ ବର୍ତ୍ତମାନ ମଧ୍ୟ ଏମିତି କିଛି କାଣ୍ଡ କରିବାପାଇଁ ଯାଉଛି ଯାହା ବିଷୟରେ ଜାଣିଲେ ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଚୀନ ତିଆରି କରିବାକୁ ଯାଉଛି ମହା ମାନବ । ଏହି ମହା ମାନବ ପୁଣି କିଏ ? ଏହାକୁ ନେଇ ହୁଏତ ଆପଣଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିବ ।

ସେତେ ଆସନ୍ତୁ ଜାଣିବା ଚୀନ ର ଏହି ନୂଆ କାରନାମା ବିଷୟରେ :

hybrid
Picture Credit – wiki

ଆପଣ ଜାଣିଥିବେ ଯେ ଭିନ୍ନ ଭିନ୍ନ ଗଛର ମଞ୍ଜି ବ୍ୟବହାର କରି ହାଇବ୍ରିଡ ଗଛ କରାଯାଇଥାଏ କିନ୍ତୁ ବର୍ତ୍ତମାନ ମଣିଷ ଏବଂ ପଶୁମାନଙ୍କୁ ମିଶାଯାଇ ତିଆରି କରାଯାଉଛି ମହାମାନବ, ପୁଣି ଏପରି କାରନାମା କରୁଛି ଚୀନ୍ । ନିଜର ଶକ୍ତି ବୃଦ୍ଧି ପାଇଁ ଚାଇନା ମଣିଷ ଓ ସିମ୍ପାଜି ମଧ୍ୟରେ କ୍ରସ୍ ବ୍ରିଡିଙ୍ଗ କରାଇ ତିଆରି କରୁଛି ଅବଜ ଜୀବ ମହାମାନବ । ଯିଏ କି ମଣିଷ ଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ ହେବ । ରିପୋର୍ଟ ଅନୁଯାୟୀ ୧୯୮୦ ମସିହାରେ ଚୀନ ପ୍ରଥମେ ଏମିତି ଏକ ଜୀବ ତିଆରି କକିବା ପାଇଁ ପ୍ରୋଗ୍ରାମ କରିଥିଲା । ଯାହା ଦ୍ୱାରା ସେହି ଜୀବ ସବୁଠାରୁ ଶକ୍ତିଶାଳୀ ହେବ, ମଣିଷଙ୍କ ଭଳି କଥା କହିପାରୁଥିବ ଓ ସିମ୍ପାଜି ଭଳି ତାର ଶକ୍ତି ମଧ୍ୟ ଅଧିକ ରହିବ । ଯାହା ପାଇଁ ଚୀନ ର ବୈଜ୍ଞାମିକମାନେ ପ୍ରୋଗରାମ ମଧ୍ୟ କରିଥିଲେ । ଖାଲି ସେତିକି ନୁହେଁ ଚୀନ ବୈଜ୍ଞାମିକମାନେ ଗୋଟେ ଫିମେଲ ସିମ୍ପାଜୀ କୁ ପୁରୁଷ ମଣିଷର ସ୍ପର୍ମ ଦ୍ୱାରା ପ୍ରେଗନାଣ୍ଟ କରିଦେଇଥିଲେ । ଗର୍ଭ ଧାରଣ କରିବାର ତିନି ମାସ ପରେ ମହିଳା ସିମ୍ପାଜି ର ମୃତ୍ୟୁ ହୋଇଗଲା । ଏହି ଖବର ସମସ୍ତେ ଜାଣିବା ପରେ , ଏହା ଅତି ବିବାଦୀୟ ଖବର ହୋଇଯାଇଥିଲା ଯାହା ଦ୍ୱାରା ଏହା ପରେ ଚୀନ ସରକାର ଏହାକୁ ଦେଶର ବିବାଦୀୟ ପ୍ରୋଜେକ୍ଟ କହି ବନ୍ଦ କରି ଦେଇଥିଲା ।

photo
Picture Credit – wiki

ଏହା ପରେ ପୁଣି ୧୯୮୦ ମସିହାରେ ଏକ ରିପୋର୍ଟ ସାମ୍ନାକୁ ଆସିଥିଲା , ଯେଉଁଥିରେ ୧୯୬୦ ମହିହାର ମସିହାରେ ହୋଥିବା ସିମ୍ପାଜି ଓ ମଣିଷ କ୍ରସ ବ୍ରିଡିଙ୍ଗ କଥା ଜଣାପଡିଥିଲା । ଯାହା ଦ୍ୱାରା ଚୀନ ସରକାର ପୁଣି ଥରେ ଏହି ପ୍ରୋଜେକ୍ଟ ଆରମ୍ଭ କରିବା ପାଇଁ ନିଷ୍ପତି ନେଇଥିଲେ ।ତେବେ ଯଦି ବର୍ତ୍ତମାନର କଥା କୁହାଯାଏ ତେବେ ୨୦୧୯ ମସହିରେ ମଧ୍ୟ ଏମିତି ଏକ ଖବର ସାରା ଦୁନିଆ ସାମ୍ନାକୁ ଆସିଥିଲା । ୟୁଏସ ସାଲ୍କ ଇଷ୍ଟିଟ୍ୟୁଟ ଫର ବାୟୋଲୋଜି ଷ୍ଟଡିଜ ର ପ୍ରଫେସର ଜୁଆନ କାର୍ଲୋସ ଇଜ୍ପିସୁଆ ବେଲମୋଣ୍ଟେଙ୍କ ନେତୃତ୍ୱରେ ବୈଜ୍ଞାନିକମାନେ ମଣିଷ ଭଳି ଏକ ହାଇବ୍ରିଡ ମାଙ୍କଡ ତିଆରି କରିଥିଲେ । ଯାହା କି ୧୯ ଦିନ ପର୍ଯ୍ୟନ୍ତ ବଞ୍ଚି ଥିଲା ଓ ତା ପରେ ଏହାର ମୃତ୍ୟୁ ହୋଇ ଯାଇଥିଲା ।

hybrid
Picture Credit – wiki

ଖାଲି ଏତିକି ନୁହେଁ ଦର୍ଶକ ବନ୍ଧୁ ଆପଣ ଜାଣିଛନ୍ତ  ରୁଷ ମଧ୍ୟ ଶକ୍ତିଶାଣୀ ଦେଶ । ସେ ମଧ୍ୟ ଅନେକ ସମୟରେ କିଛି ନା କିଛି ଅଜବ ଉଦ୍ଭାବନ କରିଥାଏ । ରିପୋର୍ଟ ଅନୁଯାୟୀ ୧୯୨୦ ମସିହାରେ ରୁଷ ମଧ୍ୟ ଏପରି କିଛି ପ୍ରୟାସ କରିଥିଲା । ତାନାଶାହା ଷ୍ଚାଲିନ ସୋଭିଏତ ବୈଜ୍ଞାନିକମାନଙ୍କୁ ଏମିତି ଏକ ହାଇବ୍ରିଡ ସୁପର ହ୍ୟୁମାନ ତିଆରି କରିବା ପାଇଁ ଆଦେଶ ଦେଇଥିଲେ ଯିଏ ଯେ କୌଣସି ପରିସ୍ଥିତିର ବି ସାମ୍ନା କରି ପାରିବ । ଯାହା ସାଧାରଣ ମଣିଷମାନେ କରିପାରିବେ ନାହିଁ ସେହି ସବୁ କାମ କରିପାରିବ ସୁପର ହ୍ୟୁମାନ । ତେବେ ଏହି ସୁପର ହ୍ୟୁମାନକୁ ଭୋକ ମଧ୍ୟ ଲାଗିବନି ବୋଲି ତାନାଶାହା ଷ୍ଚାଲିନ, ବୈଜ୍ଞାନିକମାନଙ୍କୁ କହିଥିଲେ । ବୈଜ୍ଞାନିକମାନେ ଚେଷ୍ଟା କରିଥିଲେ ମଧ୍ୟ ଏହା ସଫଳ ହୋଇ ନଥିଲା । ତେବେ ଏ କଥାକୁ ମଧ୍ୟ ଏଡାଇ ଯାଇ ନପାରେ ଯେ ଚୀନ ବର୍ତ୍ତମାନ ମଧ୍ୟ ଏହି ମହା ମାନବ ତିଆରି ପରିବା ପାଇଁ ପ୍ରସ୍ତୁତ ହୋଇଥାଇପାରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.