ମହିମାଧର୍ମୀ ମୋହନ ଚରଣ ବାବାଙ୍କର ମହାପ୍ରୟାଣ, ବୁଗୁଡା ଘୁମୁଷର ତପପୂର୍ଣ୍ଣ ମହିମା ଆଶ୍ରମରେ କଲେ ଦେହତ୍ୟାଗ

ଗଞ୍ଜାମ(କେନ୍ୟୁଜ୍):  ମୋହନ ଚରଣ ବାବା ମହୋଦୟଙ୍କର ମହାପ୍ରୟାଣ । ମହିମା ଧର୍ମରେ ଦୀକ୍ଷିତ ମୋହନ ଚରଣ ବାଲ୍ୟ ଅବସ୍ଥାରୁ ଏହି ପଥର ଅନୁଗାମୀ ହୋଇଥିଲେ । ଗତ ୪ ତାରିଖ ଦିନ ପ୍ରାତଃ ୪,୨୨ ମିନିଟରେ ପରମଧାମ ପ୍ରାପ୍ତି ହେଲେ ।ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଘୁମୁଷର ବରଡପଲ୍ଲୀ ମହିମା ଆଶ୍ରମ (ତପପୂର୍ଣ୍ଣ ମହିମା ଆଶ୍ରମ)ବାବା ପରମଧାମ ପ୍ରପ୍ତି କାଲେ।

mahiam ganjam2

ବାବା ଦେହାନ୍ତ ପରେ ମହିମା ଧର୍ମର ରୀତିନୀତି ଅନୁସାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଏହି ସମୟରେ ତାଙ୍କର ଅନ୍ୟ ସହଯୋଗୀ, ଭକ୍ତ ଏବଂ ବହୁ ସାଧୁସନ୍ଥ ଉପସ୍ଥିତ ଥିଲେ । ପରମ୍ପରା ଅନୁସାରେ ବାବାଙ୍କୁ ଗାଧୋଇ ଦିଆଯାଇ ଚନ୍ଦନ କର୍ପୁରରେ ପ୍ର.ଲେପ ଦିଆଯାଇଥିଲା । ପରେ ଯୋଗମୁଦ୍ରାରେ ବାବାଙ୍କୁ ମାଟିସମାଧି ଦିଆଯାଇଥିଲା। ବାବାଙ୍କ ଶେଷକୃତ୍ୟ ସମୟରେ ଶହ ଶହ ଶ୍ରଦ୍ଧାଳୁଙ୍କ ମାହିମା ଧୂନରେ ପରିବେଶ ପ୍ରକମ୍ପିତ ହୋଇଉଠିଥିଲା।