Below header

ଜାରି ହେଲା ଅନଲାଇନ ପାସ ବ୍ୟବସ୍ଥା, ଡାକ୍ତର,ନର୍ସଙ୍କୁ ଆବଶ୍ୟକ ପଡିବନି ପାସ ଦେଖାଇବା, ବିଜ୍ଞପ୍ତି ଜାରି କଲେ ଡିଜିପି

କେନ୍ୟୁଜ୍(ବ୍ୟୁରୋ):  କମିଶନର ପୋଲିସ ପକ୍ଷରୁ ଜାରି ହେଲା ପାସ ବ୍ୟବସ୍ଥା । ଏବେ ଲୋକଙ୍କୁ ଜରୁରୀକାଳୀନ ପାସ୍‌ ବ୍ୟବସ୍ଥା ଅନଲାଇନ ହେବ । ଆସନ୍ତାକାଲି ଠାରୁ ଏହି ସୁବିଧା କାର୍ଯ୍ୟକାରୀ ହେବ ।  ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ନିଜର ଗାଡ଼ିରେ ଯାତାୟତ ପାଇଁ କୌଣସି ପାସ୍‌ର ଆବଶ୍ୟକ ନାହିଁ ବୋଲି  କମିଶନରେଟ ପୋଲିସ ତରଫରୁ ସୂଚନା ମିଳିଛି  ।

ଏହି ୱେବ୍‌ସାଇଟରୁ ମିଳିଥିବା  ପାସ୍‌ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ କିଛି  ସମୟ ଲାଗିବ  ।  ସରକାରୀ ଓ ବେସରକାରୀ ସ୍ତରରେ ଚାକିରି କରିଥିବା ଡାକ୍ତର , ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ ସେବା ସହ ଜଡ଼ିତ କର୍ମକାରୀମାନଙ୍କୁ ୨୭ ମାର୍ଚ୍ଚ ଯାଏଁ ଥିବା ଲକ୍ ଡାଉନ ବେଳେ ଗାଡ଼ି ନେଇ ଯିବାକୁ ଅନୁମତି ଦିଆଯିବ।  ଯେଉଁ ଜରୁରୀ ସେବାରେ ନିୟୋଜିତ ଥିବାକର୍ମଚାରୀମାନେ ଚାକିରି କ୍ଷେତ୍ରକୁ ଯାଉଛନ୍ତି  ସେମାନେ ନିଜର ପରିଚୟ ପତ୍ର  ( ଯେଉଁଥିରେ ଲେଖାଥିବ ନିଜର ନାମ , ପଦବୀ ନାମ, ଫଟୋ ) ବ୍ୟବାହର କରି ଯାତାୟତ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.