ବିପର୍ଯ୍ୟସ୍ତ ଅର୍ଥନୀତିରେ କରୋନା କିଟ୍‌ ପ୍ରସ୍ତୁତ କରି ବ୍ୟବସାୟ କରିବାକୁ ଭାରତ ସମେତ ବିଭିନ୍ନ ଦେଶରେ ପ୍ରତିଯୋଗିତା

କରୋନା ଭାଇରସ ଯୋଗୁ ଏବେ ଭାରତ ସମେତ ଶତାଧିକ ଦେଶକୁ ଲକଡାଉନ କରି ଦିଆଯାଇଛି। ଖୁବ ଦ୍ରୁତ ଗତିରେ ଭାଇରସ ବ୍ୟାପୁଥିବାରୁ ଏହାକୁ ରୋକିବାକୁ ସବୁ ରାଜ୍ୟରେ ମଧ୍ୟ ଚଳାଚଳ ବନ୍ଦ କରି ଦିଆଯାଇଛି। ଭାଇରସ ବ୍ୟାପିବାକୁ ସିନା ଲକଡାଉନ କରି ରୋକି ହେବ କିନ୍ତୁ ଏହାର ସିଧାସଳଖ ପ୍ରଭାବ ସମଗ୍ର ବିଶ୍ୱ ଆର୍ଥିକ ବ୍ୟବସ୍ଥା ଉପରେ ପଡ଼ୁଛି। ଲକଡାଉନ ଯୋଗୁ ଭାରତ ସମେତ ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି। ଏବେ ଯାତାୟାତ, ଗାଡ଼ି ମଟର ଚଳାଚଳ, ଦୋକାନ ବଜାର ସବୁ ବନ୍ଦ ହୋଇ ଯାଇଥିବାରୁ ବେପାର ବଣିଜ ମଧ୍ୟ ଠପ୍ ହୋଇପଡ଼ିଛି।

Image result for corona testing kit busibess by china

ତେବେ କରୋନା ସ୍ଥିତିରେ ଏହି ରୋଗର ପରୀକ୍ଷା ପାଇଁ ଆବଶ୍ୟକ କିଟ୍‌ ଅଭାବକୁ ଦୃଷ୍ଟିରେ ରଖି ଭାରତ ସରକାର ଦେଶରେ କିଟ୍‌ ତିଆରି କରିବାକୁ ମୋଟ ୧୪ଟି ସଂସ୍ଥାକୁ ଅନୁମତି ଦେଇଛନ୍ତି। କେବଳ ଭାରତ ନୁହେଁ ଚୀନ, ଆମେରିକା, ଇଟାଲୀ, ଫ୍ରାନ୍ସ ଆଦି ଦେଶର ସରକାର ମଧ୍ୟ ନିଜ ନିଜ ଦେଶରେ କରୋନା କିଟ୍‌ ପ୍ରସ୍ତୁତ କରୁଛନ୍ତି, ଯାହା ବର୍ତ୍ତମାନ ପରିସ୍ଥିତିରେ ନିମ୍ନଗାମୀ ଆର୍ଥିକ ମାନ୍ଦାବସ୍ଥାରୁ ମୁକୁଳିବାରେ ସାହାଯ୍ୟ କରିବ। ରୋଗୀ ଚିହ୍ନଟ ସହ ଏହି କିଟ୍‌ ପ୍ରସ୍ତୁତି ଗ୍ଲୋବାଲ ମାର୍କେଟକୁ ମଧ୍ୟ ମାନ୍ଦାବସ୍ଥାରୁ ବାହାରିବାରେ ସହାୟକ ହେବ।

Image result for lock down effect on global market

ମିଳିଥିବା ରିପୋର୍ଟ ମୁତାବକ ବର୍ତ୍ତମାନ ଚୀନରେ କରୋନା ସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଲାଣି। ଏଣୁ ଚୀନ ଏବେ ଅଧିକ ସଂଖ୍ୟକ କରୋନା କିଟ୍‌ ପ୍ରସ୍ତୁତ କରି ଅନ୍ୟ ଦେଶକୁ ରପ୍ତାନି କରିବା ଆରମ୍ଭ କରିଛି। ଏହି କିଟ୍‌ର ମୂଲ୍ୟ ଏବେ ଆକାଶ ଛୁଆଁ ଥିବାକୁ କରୋନା ସ୍ଥିତିରେ ଚୀନ କେବଳ କିଟ୍‌ ବେପାର କରି ଗତ ୩-୪ ମାସର କ୍ଷତିକୁ ଭରଣ କରିବା ଲକ୍ଷ୍ୟରେ ରହିଛି ।

corona

ଏହି କିଟ୍‌ ବେପାର ଭାରତ ତଥା ସମଗ୍ର ବିଶ୍ୱ ଅର୍ଥନୀତିକୁ ପୁଣି ଥରେ ଊର୍ଦ୍ଧ୍ଵଗାମୀ କରିବ ବୋଲି ଅର୍ଥନୀତି ବିଶେଷଜ୍ଞ ଆଶା ପ୍ରକାଶ କରିଛନ୍ତି। ଅନ୍ୟପଟେ କେବଳ କରୋନା କିଟ୍‌ ମାସ ମାସ ଧରି ଚାଲିଥିବା କ୍ଷତିକୁ ଭରଣ କରିପାରିବ ନାହିଁ ବୋଲି ମଧ୍ୟ ଆଉ କିଛି ଅର୍ଥନୀତିଜ୍ଞ ମତ ଦିଅନ୍ତି।

Image result for lock down effect on global market

ତେବେ ସେ ଯାହା ବି ହେଉ ବର୍ତ୍ତମାନ ସ୍ଥିତିରେ କରୋନା ମୁକାବିଲା କରିବା ହେଉଛି ପ୍ରତ୍ୟେକ ଦେଶର ପ୍ରଥମ କାମ। କାରଣ ଆଗ ଜୀବନ ବଞ୍ଚିଲେ ହିଁ ଅର୍ଥନୀତି ରହିବ। ତଥାପି କରୋନା ଆଳରେ ବେଶ୍‌ କିଛି ବେପାର କରିବା ଲାଗି ସୁଯୋଗ ଉଣ୍ଡୁଛନ୍ତି ବିଭିନ୍ନ ଦେଶ। ଏଥିରେ ସବୁଠାରୁ ଆଗରେ ରହିଛି ଦକ୍ଷିଣ କୋରିଆ । କାରଣ ଟେକନୋଲୋଜିରେ ଏହି ଦେଶ ଅନ୍ୟମାନଙ୍କ ଠାରୁ ବହୁ ଆଗରେ । ତେଣୁ ନିଶ୍ଚିତ ଭାବେ ଦକ୍ଷିଣ କୋରିଆ ଉନ୍ନତମାନର କିଟ୍‌ ପ୍ରସ୍ତୁତ କରିଥିବ ବୋଲି ସମସ୍ତେ ଆଶା କରୁଛନ୍ତି । ଅବଶ୍ୟ ଚୀନ୍‌ରେ କରୋନା ବ୍ୟାପକ ହେବା ପୂର୍ବରୁ ଦକ୍ଷିଣ କୋରିଆ ଏହାକୁ ନେଇ ପରୀକ୍ଷା ନିରୀକ୍ଷା ଆରମ୍ଭ କରି ଦେଇଥିଲା । ପ୍ରାରମ୍ଭିକ ସ୍ଥିତିରୁ କରୋନା ରୋଗୀକୁ ଚିହ୍ନଟ କରିବା ହେଉଛି ଗୁରୁତ୍ୱପୂର୍ଣ୍ଣ । ତେଣୁ ସେମାନେ ଅନେକ ଆଗରୁ ଏହାକୁ ନେଇ ପରୀକ୍ଷା ଆରମ୍ଭ କରି ଦେଇଥିଲେ ।

corona

ଯେତେବେଳେ ଅନ୍ୟ ଦେଶମାନେ କରୋନା ପରୀକ୍ଷାକୁ ପୁରୁଣା ପଦ୍ଧତିରେ ମ୍ୟାନୁଆଲ ଭାବେ କରୁଥିଲେ ସେତେବେଳେ ଦକ୍ଷିଣ କୋରିଆ ଅଟୋମାଟିକ ପଦ୍ଧତିରେ କରୁଥିଲା । ତେଣୁ ଆଗରେ ରହିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.