Below header

କରୋନା ସହ ଲଢ଼େଇ: ଭାରତୀୟ ଯବାନ ତିଆରି କଲେ ହ୍ୟାଣ୍ଡ ଫ୍ରି ସାନିଟାଇଜିଙ୍ଗ ମେସିନ, ବିନା ସ୍ପର୍ଶରେ ହାତ ଧୋଇବା ହେଲା ସହଜ

କରୋନା ଭାଇରସର ଗମ୍ଭୀର ପରିସ୍ଥିତି ଭିତରେ ଭାରତୀୟ ସେନାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏଥିରେ ଏକ ମେସିନ ବିଷୟରେ କୁହାଯାଉଛି, ଯାହାକି ହାତର ସ୍ପର୍ଶ ବିନା ପାଣି ଏବଂ ସାନିଟାଇଜର ଉପଲବ୍ଧ କରାଉଛି । ଏହାକୁ ଗୋଡ଼ରେ ଅପରେଟ କରାଯାଇଥାଏ । ଏହା ସାହାଯ୍ୟରେ ବ୍ୟକ୍ତି ନିଜ ହାତକୁ ଧୋଇପାରିଥାଏ । ଏଥିପାଇଁ ନଳ ଏବଂ ସାନିଟାଇଜର ବୋତଲକୁ ଛୁଇଁବାକୁ ପଡି ନ ଥାଏ।

ଭିଡିଓକୁ ସାଂସଦ ଗୌତମ ଗମ୍ଭୀର ସେୟାର କରିଛନ୍ତି । ଭିଡିଓ ସହ ସେ କ୍ୟାପସନ ଲେଖିଛନ୍ତି ଯେ ଇନୋଭେସନ ଭାରତୀୟ ସେନାର ନାଁ । ସୁପରକୁଲ ହ୍ୟାଣ୍ଡ ସାନିଟାଇଜିଙ୍ଗ ମେସିନ । ଶାନଦାର କାମ । ଏହି ଭିଡିଓକୁ ସାଢେ 6 ହଜାରରୁ ଅଧିକ ଲାଇକ ଏବଂ 31 ହଜାରରୁ ଅଧିକ ଭ୍ୟୁ ମିଳିସାରିଲାଣି । ଏହାକୁ 1 ହଜାରରୁ ଅଧିକ ରିଟୁଇଟ ମଧ୍ୟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.