କରୋନା ପାଇଁ ୨୩ ହଜାର ପର୍ଯ୍ୟନ୍ତ ଶସ୍ତା ହେଲା ବାଇକ

ଏବେ ଚାରିଆଡେ ସମସ୍ତଙ୍କ ମନରେ ଗୋଟିଏ ଭୟ ଜମାଟ ବାନ୍ଧିଲାଣି ତାହା ହେଉଛି କରୋନା ଭାଇରସ। ଏହି କରୋନା ଭାଇରସ ପାଇଁ ଲୋକେ ଘରୁ ବାହାରୁନାହାନ୍ତି, କାହା ସହିତ ମିଶିବାକୁ ଡରୁଛନ୍ତି। ଆଉ ଏହି ସବୁ ମଧ୍ୟରେ ଆପଣଙ୍କ ପାଇଁ ଗୋଟେ ଖୁସି ଖବର ରହିଛି। ଆପଣ ଭାବୁଥିବେ ଏହି ଭୟର ମାହୋଲ ଭିତରେ ଖୁଶି ଖବର କଣ ? ଅଜ୍ଞା ହଁ ଆପଣଙ୍କ ପାଇଁ ଖୁସି ଖବର ଅଛି ଆଉ ବାଇକ ପ୍ରେମୀଙ୍କ ପାଇଁ ତ ଏହା ଆହୁରି ବଡ ଖୁସି ଖବର ହେବ। କରୋନାର କମ୍ପନ ମଧ୍ୟରେ ଦୁଇ ଚକିଆ ଜଣ ନିର୍ମାଣକରି କମ୍ପାନୀ ବିଏସ-୪ ମାନକ ଦୁଇଚକିଆ ବାହନ ବିକିବା ପାଇଁ ଧମକେଦାର ଅଫର ଦେଉଛନ୍ତି।

କରୋନା ଭାଇରସ ଯୋଗୁଁ ଗାଡି ଶୋରୁମରେ ଗ୍ରାହକଙ୍କ ସଂଖ୍ୟା ବହୁତ ମାତ୍ରାରେ କମିବାରେ ଲାଗିଛି। ଆଉ ଏଭଳି ସ୍ଥିତିରେ ଦୁଇ ଚକିଆ ଯାନ କ୍ରୟ ଉପରେ ବାମ୍ପ ରିହାତି ରହିଛି। ସାଧାରଣତଃ ବର୍ଷ ଶେଷ କିମ୍ବା ପର୍ବପର୍ବାଣି ସମୟରେ କେବଳ ୪ରୁ ୮ ପ୍ରତିଶତ ରିହାତି ଦିଆଯାଏ। କିନ୍ତୁ ଏବେ ରିହାତିର ରେଞ୍ଜ ୧୧ ପ୍ରତିଶତରୁ ୧୫ ପ୍ରତିଶତ ହୋଇଯାଇଛି।

hero bikeଆସୋସିଏସନ୍ ଅଫ୍ ଅଟୋମୋବାଇଲ୍ ଡିଲର୍ସ ଆସୋସିଏସନ(FADA)ର ସଭାପତି କହିଛନ୍ତି ଏବେ ଅସାମାନ୍ୟ ପରିସ୍ଥିତି। ଆଉ ଏହି ସମୟରେ ଅନେକ ଭଲ ଭଲ ସ୍କିମ୍ ଚାଲିଛି, କିନ୍ତୁ ଗ୍ରାହକଙ୍କୁ ଏଥିପାଇଁ ଘରୁ ବାହାରିବାକୁ ପଡିବ । ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ସତର୍କ ଅଛନ୍ତି ଏବଂ ଅଧିକ ମୂଲ୍ୟର କୌଣସି ବି ଜିନିଷ କିଣିବାକୁ ଚିନ୍ତା କରୁନାହାଁନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଗତ କିଛି ଦିନ ହେବ ଗ୍ରାହକଙ୍କ ଭିଜିଟ୍ ଏବଂ ବାଇକ୍ ବିକ୍ରିରେ ବହୁତ ହ୍ରାସ ଘଟିଛି।

ଏବେ ଆସନ୍ତୁ ଜାଣିବା କେଉଁ ଗାଡି ଉପରେ କେତେ ପ୍ରତିଶତ ରିହାତି

ହୋଣ୍ଡା ମୋଟର ସାଇକେଲ ଉପରେ ୨୩ ହଜାର ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ

hondaନିଜ ଗ୍ରାହକଙ୍କୁ ୨୩ ହଜାର ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ଅଫର ଦେଉଛି ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ। ହୋଣ୍ଡା ନିଜ ଗ୍ରାହକଙ୍କୁ ୧୦ ହଜାର ଟଙ୍କାର କ୍ୟାଶ୍ ଡିସକାଉଣ୍ଟ ବ୍ୟତୀତ ICICI କ୍ରେଡିଟ୍ କାର୍ଡ ଓ ଡେବିଟ୍ କାର୍ଡ ଜରିଆରେ ପେମେଣ୍ଟ କଲେ ମିଳୁଥିବା କ୍ୟାଶ୍ ବ୍ୟାକ୍ ଓ ପ୍ରାଇସ୍ ବେନିଫିଟ୍ସକୁ ମଧ୍ୟ ସାମିଲ କରିଛି।

hero splenderରେ ୫ ହଜାର ପର୍ଯ୍ୟନ୍ତ ରିହାତି

heroଦୁଇ ଚକିଆ ବାହନ ନିର୍ମାତା କମ୍ପାନୀ ହିରୋ ମୋଟୋ କର୍ପୋରେସନ ନିଜର ସବୁଠାରୁ ଅଧିକ ବିକ୍ରି ହେଉଥିବା ବାଇକ ହିରୋ ସ୍ପ୍ଲେଣ୍ଡର ଓ ହିରୋ ଡିଲକ୍ସ ଉପରେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଦେଉଛି । ସେହିପରି ସ୍କୁଟର ଓ ପ୍ରିମିୟମ୍ ବାଇକ ଉପରେ ୧୦ ହଜାର ଟଙ୍କା ଓ ୧୨୫୦୦ ଟଙ୍କାରୁ ଅଧିକ ରିହାତି ମିଳୁଛି ।

ରେଜିଷ୍ଟ୍ରେସନ ତାରିଖ ଘୁଞ୍ଚାଇବାକୁ ସୁପ୍ରିମ କୋର୍ଟକୁ ଅପିଲ୍

ଏବେର ପରିସ୍ଥିତିକୁ ଦୃଷ୍ଟିରେ ରଖି BS-4 ଗାଡି ବିକ୍ରି ଏବଂ ପଞ୍ଜୀକରଣ ପାଇଁ ଦିଆଯାଇଥିବା ଅବଧିକୁ ଆଗକୁ ଘୁଞ୍ଚାଇବାକୁ ଫେଡେରେସନ୍ ସୁପ୍ରିମକୋର୍ଟରେ ଅପିଲ କରିଛି। ଏହାର ଶୁଣାଣି ଚଳିତ ସପ୍ତାହରେ ହେବ । ସେହିପରି ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଚଳିତ ବର୍ଷ ୩୧ ମାର୍ଚ୍ଚ ୨୦୨୦ ପରେ BS-4 ମାନକ ଯାନ ବିକ୍ରୟ ଏବଂ ପଞ୍ଜିକରଣ ଉପରେ ସୁପ୍ରିମକୋର୍ଟ ପ୍ରତିବନ୍ଧକ ଲଗାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.