କରୋନାକୁ ଭୟ: ଗ୍ରାହକଙ୍କ ସହ ସିଧା ନ ମିଶି drone ଦ୍ୱାରା କାରର ଚାବି ପଠାଇବ ଚାଇନା କମ୍ପାନୀ, ଟ୍ରକରେ ପଠାଇବ ଯାନ, ପଢନ୍ତୁ ଏହି ରିପୋର୍ଟ

କରୋନା ଯୋଗୁ ଏବେ ଲୋକେ ନିଜ ନିଜ ଘରେ ଅଛନ୍ତି । ଏଭଳି ସ୍ଥିତିରେ ଚୀନର ଏକ କାର କମ୍ପାନୀ ଗିଲି ନିଆରା ପଦକ୍ଷେପ ଗ୍ରହଣ କରିଛି । କମ୍ପାନୀ ଗ୍ରାହକମାନଙ୍କ କବାଟ ଏବଂ ବାଲକୋନୀ ପର୍ଯ୍ୟନ୍ତ drone ଦ୍ୱାରା କାରର ଚାବି ଏବଂ ଟ୍ରକରେ କାର ପଠେଇବାକୁ ଯୋଜନା କରିଛି । କମ୍ପାନୀର ଉଦ୍ଦେଶ୍ୟ ହେଉଛି, ଗ୍ରାହକଙ୍କୁ ସଂକ୍ରମିତ ରହିତ ଯାନର ଡେଲିଭରି ସୁନିଶ୍ଚିତ କରାଇବା । ଏଥିପାଇଁ କମ୍ପାନୀ 7 ବିଲିୟନ 85 କୋଟି ଫଣ୍ଡ ପ୍ରସ୍ତୁତ କରିଛି ।

କମ୍ପାନୀ ନିଜ ଯାନକୁ ସୁରକ୍ଷିତ, ମଜଭୁତ, ସଫାସୁତରା ରଖିବା ସହ ଏହାକୁ ଆଣ୍ଟି ବ୍ୟାକ୍ଟେରିଆଲ ଏବଂ ଆଣ୍ଟି ଜର୍ମ୍ସ ସହିତ ତିଆରି କରିଛି । ଗତମାସ 10 ଫେବୃୟାରୀରେ କମ୍ପାନୀ ନିଜ ଅନଲାଇନ ସେଲସ ସିଷ୍ଟମ ଆରମ୍ଭ କରିଥିଲା । ଏହାଛଡା ଗ୍ରାହକଙ୍କ ପାଖରେ ହୋମ ଡେଲିଭରିର ବିକଳ୍ପ ମଧ୍ୟ ଅଛି । କିନ୍ତୁ ଏଥିରେ କର୍ମଚାରୀମାନେ ଗ୍ରାହକଙ୍କ ସହ ସିଧା ସମ୍ପର୍କରେ ଆସି ନ ଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.