Below header

ଅନଲାଇନ୍‌ ରେ ବେଆଇନ ଭାବେ ବିକ୍ରି ହେଉଛି ମହାପ୍ରସାଦ, ଥାନାରେ ଏତଲା ଦାଏର୍‌ କଲେ ସେବାୟତ

ପୁରୀ(କେନ୍ୟୁଜ୍‌): ପୁଣି ଅନ୍‌ଲାଇନ୍‌ରେ ମହାପ୍ରସାଦ ବିକ୍ରି ଆଭିଯୋଗ। ଆମାଜନ୍, ପିଣ୍ଟରେଷ୍ଟ ପରେ ସାମ୍ନାକୁ ଆସିଲା ଅନ୍‌ଲାଇନ୍‌ରେ ନିର୍ମାଲ୍ୟ ବିକ୍ରି କରୁଥିବା ଆଉ ଏକ ସଂସ୍ଥା। ସେଲ୍ ଭାଇ ନାମକ ଏକ ସଂସ୍ଥା ଅନଲାଇନ୍‌ରେ ନିର୍ମାଲ୍ୟ, ଖଜା, ବଲ୍ଲଭ ଓ ଜଗନ୍ନାଥଙ୍କ ଫଟୋର ଏକ ପ୍ୟାକେଟ୍ ପ୍ରସ୍ତୁତ କରି ବିକ୍ରି କରୁଥିବା ସୂଚନା ମିଳିଛି। ଏହି ଅନଲାଇନ୍‌ ଜରିଆରେ ୮୦୦ ଗ୍ରାମ ଖଜା ପ୍ୟାକେଟକୁ ୩୩୨ ଟଙ୍କାରେ ବିକ୍ରି କରାଯାଉଛି।

ଏହାକୁ ନେଇ ସେବାୟତ ମହଲରେ ନିନ୍ଦା କରାଯାଇଥିବା ବେଳେ ସମ୍ପୃକ୍ତ ସଂସ୍ଥା ନାଁରେ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । ପୂର୍ବରୁ ମଧ୍ୟ ଏଭଳି ଅନେକ ଉଦାହରଣ ଦେଖିବାକୁ ମିଳିଛି । ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.