ଦେଶରେ ଖସୁଛି ଦୈନିକ ଆକ୍ରାନ୍ତ ସଂଖ୍ୟା, ଗୋଟିଏ ଦିନରେ ୨୨ ହଜାର ୮୮୯ ନୂଆ ପଜିଟିଭ କେସ

ଭାରତରେ ଦୈନିକ କରୋନା ଆକ୍ରାନ୍ତ ସଂଖ୍ୟା ଦିନ କୁ ଦିନ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ଭିତରେ ୨୨ ହଜାର ୮୮୯ଟି ନୂଆ ମାମଲା ସାମ୍ନାକୁ ଆସିଛି । ଯେବେକି ପୂର୍ବ ଦିନ ୨୪ ହଜାର ୧୦ ଜଣ ପଜିଟିଭ ଚିହ୍ନଟ ହୋଇଥିବା ନେଇ ରେକର୍ଡ ହୋଇଥିଲା । ଆଜିର ସଂକ୍ରମିତ ସଂଖ୍ୟାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୯୯ ଲକ୍ଷ ପାର ହୋଇଛି । ମୋଟ ରୂପରେ ଦେଖିଲେ ୯୯ ଲକ୍ଷ ୭୯ ହଜାର ୪୪୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଲେଣି । ଅନ୍ୟ ପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଟର୍ପହରୁ ଜାରି ହୋଇଥିବା ତଥ୍ୟ ଅନୁଯାୟୀ ଗୋଟିଏ ଦିନ ଭିତରେ ୩୩୮
ଜଣଙ୍କ ଜୀବନ ନେଇଛି ମାରାତ୍ମକ କରୋନା । ଯେବେକି ଗତ ୨୪ ଘଣ୍ଟା ଭିତରେ ୩୧ ହଜାର ୦୮୭ ଜଣ କରୋନା ମୁକ୍ତ ହୋଇଥିବା ଜଣାଯାଇଛି । ଯାହାକୁ ମିଶାଇ ଦେଶରେ କରୋନାରୁ ସୁସ୍ଥ ହୋଇଥିବା ରୋଗୀ ସଂଖ୍ୟା ୯୫ ଲକ୍ଷ ୨୦ ହଜାର ୮୨୭ ଛୁଇଁଛି ।

ଅନ୍ୟପକ୍ଷରେ ଦେଖିଲେ ବର୍ତ୍ତମାନ ସମୟରେ ଦେଶରେ ୩ ଲକ୍ଷ ପାଖାପଖି ସକ୍ରିୟ ମାମଲା ରହିଛି । ଖୁସିର କଥା ଯେ ସକ୍ରିୟ ମାମଲା ଓ ସଂକ୍ରମଣ ମୁକ୍ତ ରୋଗୀଙ୍କ ମଧ୍ୟରେ ଏକ ବଡ ଆକାରର ଅନ୍ତର ରହିଛି । ଦେଶରେ କରୋନାକୁ ନେଇ ସଠିକ ପଦକ୍ଷେପ ନିଆଯାଉଥିବା ଏଥିରୁ ସ୍ପଷ୍ଟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.