Below header

ଜଣାପଡ଼ିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, କରୋନା ପରେ ପିଲାଙ୍କ ଠାରେ ଦେଖାଦେଇପାରେ ପାରାଲିସିସ୍‌ ଆଟାକ୍‌

ନୂଆଦିଲ୍ଲୀ : କରୋନାକୁ ନେଇ ପ୍ରତିଦିନ କିଛି ନା କିଛି ନୂଆ ତଥ୍ୟ ସାମ୍‌ନାକୁ ଆସୁଛି । କରୋନା ସଂକ୍ରମିତ ଠିକ୍‌ ହେବା ପରେ ମଧ୍ୟ ସେମାନଙ୍କ ଠାରେ ଅନ୍ୟ ରୋଗ ଦେଖିବାକୁ ମିଳୁଛି । ଏବେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍‌ନାକୁ ଆସିଛି । ଏବେ କରୋନା ସଂକ୍ରମିତ ଶିଶୁ ଭଲ ହେବା ପରେ ମଧ୍ୟ ତାଙ୍କ ଠାରେ ପାରାଲିସିସ୍‌ ଆଟାକ୍‌ ଭଳି ସମସ୍ୟା ଦେଖାଯାଉଥିବା ଜଣାପଡ଼ିଛି । ୮ ଟି ଦେଶର ୩୮ ଜଣ ଶିଶୁଙ୍କ ଉପରେ ଏନେଇ ଏକ ଗବେଷଣା କରାଯାଇଥିଲା ।

ମେଞ୍ଚେଷ୍ଟର ୟୁନିଭରସିଟିର ଗବେଷକମାନେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କ ଠାରେ ୟୁରୋଲୋଜିକାଲ ଷ୍ଟଡି କରିଥିଲେ । ଏଥିରେ ଫ୍ରାନ୍ସ, ଆମେରିକା, ୟୁକେ, ବ୍ରାଜିଲ୍‌, ଆର୍ଜେଣ୍ଟିନା, ଭାରତ, ପେରୁ ଓ ସାଉଦଆରବ ଭଳି ୮ ଦେଶର ୩୮ ଜଣ ପିଲାଙ୍କ ଉପରେ ଗବେଷଣା କରାଯାଇଥିଲା । ଯେଉଁଥିରେ କିଛି ପିଲାଙ୍କ ଠାରେ କରୋନା ସଂକ୍ରମଣରୁ ଭଲ ହେବା ପରେ ମଧ୍ୟ ପାରାଲିସ୍‌ସ୍‌ ଆଟାକ୍‌ କାରଣରୁ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ତେଣୁ କରୋନା ସଂକ୍ରମଣରୁ ଭଲ ହେବା ପରେ ମଧ୍ୟ ଶିଶୁଙ୍କ ଠାରେ ବିପଦ ରହିଛି ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.