Below header

ମାଲକାନଗିରିରେ ଫେଲ ମାରିଲା ମିଳିତ ଅପରେସନ, ହାତରୁ ଖସିଗଲେ ଟପ୍‌ କ୍ୟାଡର ମାଓବାଦୀ

ମାଲକାନଗିରି (କେ ନ୍ୟୁଜ):  ମାଓ କ୍ୟାମ୍ପ ଧ୍ୱଂସ । ହାତରୁ ଖସିଗଲେ ଅନେକ ଟପ୍‌ କ୍ୟାଡର ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାରେ DRG, STF ଓ CRPF ଜବାନଙ୍କ ମିଳିତ ଅପରେସନ୍‌ ବେଳେ ମାଓବାଦୀଙ୍କ କ୍ୟାମ୍ପ ଧ୍ୱଂସ ହୋଇଯାଇଛି । ତିମେନାର ଜଙ୍ଗଲରେ ଶତାଧିକ ମାଓବାଦୀ କ୍ୟାମ୍ପ କରି ରହିଥିବା ନେଇ ଖବର ମିଳିବା ପରେ ପୋଲିସ ଓ ସେନା ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା । ସାମ୍ନାସାମନି ସ୍ଥିତିରେ

ଛିଡା ହୋଇଥିଲେ  ମାଓବାଦୀ ଓ ଯବାନ୍ ‌। ମାଓବାଦୀମାନେ ଘଟଣାସ୍ଥଳରୁ ଖସି ପଳାଇଥିବାବେଳେ ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଟିଫିନ୍‌ ବୋମା, ଫାଇପ ବମ୍‌, ଇନଫ୍ରେଡ୍‌ ଥର୍ମୋମିଟର, ମାଓ ପୋଷାକ, ମାଓ ପୁସ୍ତିକା ଓ ମାଓ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.