ପୁଣି ଚର୍ଚ୍ଚାରେ ବର୍ଷା-ଅନୁଭବ ବିବାଦ, କୋର୍ଟରେ ହାଜର ହେଲେ ଅନୁଭବ

କଟକ (କେନ୍ୟୁଜ) : ପୁଣି ଚର୍ଚ୍ଚା ଜୋର ଧରିଲା ଅନୁଭବ –ବର୍ଷା ବିବାଦ। କୋର୍ଟରେ ହାଜର ହେଲେ ଅଭିନେତା ସାଂସଦ ଅନୁଭବ ମହାନ୍ତି। କଟକ ଏସଡିଜେଏମ କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିଛନ୍ତି ଅନୁଭବ। ତେବେ ଏହାରି ଭିତରେ ଅନୁଭବ ମହାନ୍ତିଙ୍କ ପ୍ରତିକ୍ରିୟା ମିଳିଛି, ‘ଯଉଁଥିରେ ସେ କହିଛନ୍ତି ଦେଶର ଆଇନ ବ୍ୟବସ୍ଥାକୁ ସମ୍ମାନ ଜଣାଇ ମୁଁ କୋର୍ଟକୁ ଆସିଥିଲି। ଯିଏ ଦୋଷୀ ତାକୁ ଦଣ୍ଡ ମିଳୁ। ଯିଏ ଠିକରେ ଅଛି ତାକୁ ନ୍ୟାୟ ମିଳୁ। ଏଥିପାଇଁ ମାନ୍ୟବର କୋର୍ଟଙ୍କ ଉପରେ ମୋର ପୂରା ଭରସା ଅଛି।’

ସୂଚନା ମୁତାବକ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଘରୋଇ ହିଂସା ଓ ନିର୍ଯାତନା ନେଇ ସ୍ୱାମୀ ଅନୁଭବ ମହାନ୍ତିଙ୍କ ନାଁରେ ଅଭିଯୋଗ କରିଥିଲେ। ଏପଟେ ଅନୁଭବ ଛାଡ଼ପତ୍ର ଚାହୁଁଥିବା ନେଇ ଦିଲ୍ଲୀ ପଟିଆଲା କୋର୍ଟରେ ମାମଲା ରୁଜୁ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.