ପିତାଙ୍କ ସହ ମୁମ୍ବାଇରେ ବୁଲୁଥିବା ନଜର ଆସିଲେ ଗର୍ଭବତୀ ଅନୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଗୁରୁବାର ନିଜ ପିତାଙ୍କ ସହ ବୁଲୁଥିବା ନେଇ ଏକ ଭିଡିଓ ଇନ୍ଷ୍ଟଗ୍ରାମ ପେଜରେ ଭାଇରାଲ ହୋଇଛି । ଏହି ସମୟରେ ଅନୁଷ୍କା ଏକ ଧଳା ରଙ୍ଗର ଡ୍ରେସ ପିନ୍ଧିଥିବା ବେଳେ ଏହା ଉପରେ ଏକ ଡେନିମ ଜ୍ୟାକେଟ ପିନ୍ଧିଥିବା ନଜର ଆସିଛନ୍ତି । ସୂଚନା ଦେବା ଯୋଗ୍ୟଯେ ବର୍ତ୍ତମାନ ସମୟରେ ଗର୍ଭବତୀ ଥିବା ଅନୁଷ୍କା ଜାନୁଆରୀ ମାସରେ ପ୍ରସବ କରିବାକୁ ଯାଉଛନ୍ତି । ଅନୁଷ୍କା ଓ ବିରାଟଙ୍କର ଏହା ହେଉଛି ପ୍ରଥମ ସନ୍ତାନ। ନିକଟରେ ଦୁବାଇରେ ଅନୁଷ୍ଠିତ ହୋଇଥିବା ଆଇପିଏଲ ସମୟରେ ସ୍ୱାମୀ ବିରାଟଙ୍କ ସହ ସମୟ କାଟିବା ପରେ ଅନୁଷ୍କା ମୁମ୍ବାଇ ଫେରିଛନ୍ତି । ଦୁବାଇରେ ଥିବା ସମୟରେ ବି ଅନୁଷ୍କା ନିଜର ଫଟୋ ସେୟାର କରୁଥିବା ଦେଖାଦେଇଥିଲା । ଏମିତିକି ଗୋଟେ ଫଟୋରେ ଅନୁଷ୍କା ଶୀର୍ଷାସନ କରିବାକୁ ଚେଷ୍ଟା କରୁଥିବା ବେଳେ ବିରାଟ ଏଥିରେ ତାଙ୍କୁ ସାହାଯ୍ୟ କରୁଥିବା ଦେଖାଦେଇଥିଲା ।

 

 

View this post on Instagram

 

A post shared by Varinder Chawla (@varindertchawla)

 

ମିଡ଼ିଆକୁ ସୂଚନା ଦେବା ସମୟରେ ଅନୁଷ୍କା କହିଛନ୍ତିକି, ଡେଲିଭରିର ୪ ମାସ ପରେ ପୁଣି ଥରେ ଅନୁଷ୍କା ନିଜ କାମରେ ଯୋଗ ଦେବେ । ଅନୁଷ୍କା ଏହା ମଧ୍ୟ କହିଛନ୍ତିକି, ସେ ଏମିତି ଏକ ପ୍ଲାନିଂ କରୁଛନ୍ତି ଯେଉଁଥିରେ କାମ, ଶିଶୁ ଓ ପରିବାର ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିପାରିବେ । କାମରେ ଯେମିତି କୌଣସି ଅବହେଳା ନ ହୁଏ ସେନେଇ ପାରୁପର୍ଯ୍ୟନ୍ତ ଚେଷ୍ଟା କରିବେ ବୋଲି କହିଛନ୍ତି ଅନୁଷ୍କା । କାରଣ କାମରୁ ହିଁ ତାଙ୍କୁ ଆନନ୍ଦ ମିଳିଥାଏ । ଅନ୍ୟପକ୍ଷରେ ଫ୍ୟାନ୍ସ ମାନେ ବିରୁସ୍କାଙ୍କ ଘରେ ପାଦ ଦେବାକୁ ଥିବା ଷ୍ଟାର କିଡ଼ ପାଇଁ ଚାତକ ପକ୍ଷୀ ପରି ଚାହିଁବସିଛନ୍ତି ।

କହିରଖିବା ଉଚିତ ହେବକି, କରୋନା ସମୟରେ ଅନୁଷ୍କା ଗର୍ଭବତୀ ହୋଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଏହି ସମୟରେ ସୁଟିଙ୍ଗ ସେଟର ସ୍ୱଚ୍ଛତା ପ୍ରତି ଧ୍ୟାନ ଦେଇଥିଲେ । ଏହି କାରଣରୁ ସୁଟିଂ ସେଟର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅନୁଷ୍କା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.