୨୬ ଜାନୁଆରୀରୁ ବୟସ୍କଙ୍କୁ ମିଳିବ ନୂଆ ସାଥି, ୨୪ ଘଣ୍ଟା ବାଣ୍ଟିପାରିବେ ସୁଖ-ଦୁଃଖ

ଏବେ ବୟସ୍କ ଲୋକ ନିଜର ଛୋଟ ଛୋଟ ଆବଶ୍ଯକତା ପାଇଁ ଏଣେ ତେଣେ ବୁଲିବାକୁ ପଡିବ ନାହିଁ। କେନ୍ଦ୍ର ସରକାର ବୟସ୍କଙ୍କୁ ସହାୟତା କରିବା ପାଇଁ ପ୍ରସ୍ତାବିତ ନ୍ଯାସନାଲ ହେଲପ୍ ଲାଇନ ନମ୍ବରକୁ କାର୍ଯ୍ଯକାରୀ କରୁଛନ୍ତି। ଏହା ଆସନ୍ତାବର୍ଷ ଜାନୁଆରୀ ୨୬ରୁ ଆରମ୍ଭ ହେଉଛି। ଏହା ଅଧିନରେ ବୟସ୍କଙ୍କୁ ଗୋଟେ ଫୋନରେ ସମସ୍ତ ସହାୟତା ଉପଲବ୍ଧ ହେବ। ସେମାନେ ନିଜର ଭତ୍ତା ଏବଂ ପେନସନ ମାମଲାକୁ ଏହା ଜରିଆରେ ଅଭିଯୋଗ କରିପାରିବେ। ପ୍ରଥମ ପର୍ଯ୍ଯାୟରେ ଦେଶର ୧୦ଟି ରାଜ୍ଯରେ ବୟସ୍କଙ୍କ ପାଇଁ ଏହି ହେଲପଲାଇନ ସେବା ଆରମ୍ଭ ହେବ। ପରେ ସବୁ ରାଜ୍ଯରେ ଏହି ହେଲପଲାଇନ ନମ୍ପର କାର୍ଯ୍ଯକାରୀ ହେବ।

ସାମାଜିକ ନ୍ଯାୟ ଏବଂ ଅଧିକାର ମନ୍ତ୍ରଣାଳୟ ପକ୍ଷରୁ ବୟସ୍କଙ୍କ ପାଇଁ ପ୍ରସ୍ତାବିତ ହୋଇଥିବା ଏହି ହେଲପ ଲାଇନ ନମ୍ବରକୁ ନେଇ ଗତବର୍ଷରୁ କାମ ଚାଲିଥିଲା। ଜୁଲାଇ, ୨୦୨୦ରେ ଏହି ସେବା ଆରମ୍ଭ ହେବାକୁ ଥିଲା। କିନ୍ତୁ କରୋନା ଯୋଗୁଁ କାମ ପଛେଇ ଯାଇଥିଲା। ମନ୍ତ୍ରଣାଳୟ ଏଥିପାଇଁ ୧୪୫୬୭ ଟୋଲଫ୍ରି ନମ୍ବର ଜାରି କରିଛି। ଏହି ନମ୍ବର ଏବେ ତେଲେଙ୍ଗାନା ସରକାର ବ୍ଯବହାର କରୁଛି। ଏହି ହେଲପ ଲାଇନ ନମ୍ବରରେ ଟାଟା ଟ୍ରଷ୍ଠ ଏବଂ ବିଜୟବାହିନୀ ଚାରିଟେବୁଲ ଫାଉଣ୍ଡେସନର ମଧ୍ୟ ସାହାଯ୍ଯ ନିଆଯାଉଛି।

elderly

ଜାନୁଆରୀ ୨୬କୁ କାର୍ଯ୍ଯକାରୀ ହେବାକୁ ଥିବା ଏହି ନମ୍ବର କେଉଁ କେଉଁ ରାଜ୍ଯରେ କାମ କରିବ ତାହାର ତାଲିକା ଏଯାଏଁ ଦିଆଯାଇନାହିଁ। କିନ୍ତୁ ବିଶେଷ ସୂତ୍ର ଅନୁଯାୟୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଭଳି ରାଜ୍ଯ ରହିଛି। ମନ୍ତ୍ରଣାଳୟ ମୁତାବକ, ଏହି ହେଲପଲାଇନ ସେବା ଯୋଗୁଁ ବୟସ୍କଙ୍କ ପାଇଁ ଦେଶର ସମସ୍ତ ସ୍ବୟଂସେବା ସଂସ୍ଥା ଏବଂ ସାମାଜିକ କାର୍ଯ୍ଯକର୍ତ୍ତା ଜଡିତ ରହିବେ। ଏହାସହିତ ସମସ୍ତ ପୋଲିସ ଥାନାଏବଂ ଜିଲ୍ଲା ପ୍ରଶାସନ ଅଧିକାରୀ ଜଡିତ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.