Below header

ଇନ୍‌ଷ୍ଟାଗ୍ରାମ ଇନ୍‌ଫ୍ଲୁଏନ୍ସର ତଥା ଡାକ୍ତରୀ ଛାତ୍ରୀ କଲା ମା’କୁ ହତ୍ୟା, ଶରୀରରୁ କାଢ଼ିନେଲା ହାର୍ଟ ଓ ଅନ୍ୟ ଅଙ୍ଗ

ପୂର୍ବ ୟୁରୋପୀୟ ଦେଶରେ ଘଟି ଯାଇଛି ଏପରି ଏକ ଲୋମହର୍ଷଣକାରୀ ଘଟଣା । ଯାହାକୁ ଶୁଣିଲେ ଆପଣଙ୍କର ବି ଲୋମ ଟାଙ୍କୁରି ଉଠିବ । ଜଣେ ଝିଅ ତା’ର ମା’କୁ ହତ୍ୟା କରିବା ପରେ ମା’ର ହାର୍ଟ ଓ ଅନ୍ୟ ଅଙ୍ଗ କାଟି ବାହାର କରିଦେଇଛି । ୨୧ ବର୍ଷର ଇନ୍‌ଷ୍ଟାଗ୍ରାମ ଇନ୍‌ଫ୍ଲୁଏନ୍ସର ଏନା ଲେକୋବିଚ ତା’ର ମା’କୁ ଛୁରୀରେ ହତ୍ୟା କରି ଶରୀରରୁ ଅନ୍ୟ ଅଙ୍ଗକୁ ଅଲଗା କରିଦେଇଥିବା ଖବର ମିଳିଛି ।

enna-2

ସୂଚନାନୁଯାୟୀ, ପୂର୍ବ ୟୁରୋପ ଦେଶ ମୋଲ୍‌ଡୋଭାରେ ଜଣେ ଝିଅ ପାଶବିକତାର ସବୁ ସୀମା ପାର କରିଯାଇଛି । ରୋଷେଇ ଘର ଛୁରୀରେ ମା’କୁ ହତ୍ୟା କରିବା ପରେ ତାଙ୍କ ଶରୀରରୁ ହାର୍ଟ ଓ ଅନ୍ୟ ଅଙ୍ଗ କାଢ଼ି ବାହାର କରିଦେଇଛି । ଏହି ଝିଅର ନାମ ହେଉଛି ଏନା ଲେକୋବିଚ୍‌(୨୧) । ସେ ଜଣେ ମେଡିକାଲ୍‌ ଛାତ୍ରୀ । ପୁଲିସ୍‌ ଏବେ ତାକୁ ମା’ ହତ୍ୟା ଅଭିଯୋଗରେ ଗିରଫ କରିଛି । ହତ୍ୟା ମାମଲାର ଯାଞ୍ଚ ଚାଲିଥିବା ବେଳେ ଏନା ମୁଖ୍ୟ ସନ୍ଦିଗ୍ଧ ବୋଲି ପୋଲିସ କହିଛି ।

enna-3

ଡେଲିମେଲ୍‌ ରିପୋର୍ଟ ଅନୁସାରେ ଏନା ଜଣେ ମେଡିକାଲ ଛାତ୍ରୀ ଓ ଅପ୍‌କମିଙ୍ଗ୍‌ ଇନ୍‌ଷ୍ଟାଗ୍ରାମ ଇନ୍‌ଫ୍ଲୁଏନ୍ସର । ଇନ୍‌ଷ୍ଟାଗ୍ରାମରେ ତାଙ୍କର ୧୬.୧ ହଜାର ଫଲୋର୍ସ ଅଛନ୍ତି । ସେ ସବୁବେଳେ ଇନ୍‌ଷ୍ଟାଗ୍ରାମରେ ନିଜର ଫଟୋ ସେୟାର୍‌ କରନ୍ତି । ଏନାଙ୍କ ମା’ ପ୍ରସ୍କୋୟା ଲେକୋବିଚ୍‌(୪୦) ଜର୍ମାନୀରେ ଚାକିରି କରନ୍ତି । ଝିଅକୁ ଅତି ଭଲ ପାଆନ୍ତି ମା’ । ଝିଅ ନିଶାରେ ପଡ଼ି ଥିବା ଜାଣି ମା’ ଆସିଥିଲେ ଝିଅର ଚିକିତ୍ସା ପାଇଁ । ହେଲେ ଝିଅର ଆକ୍ରମଣରେ ସବୁଦିନ ପାଇଁ ଆଖି ବୁଜିଦେଲେ ମା‘ ।

enna -1

ଏହା ଭିତରେ ଏକ ଭିଡ଼ିଓ ଆସିଛି ଯେଉଁଥିରେ ଏନାକୁ କୋର୍ଟରେ ହାଜିର କରାଯାଇଥିବା ଦେଖାଯାଇଛି । ହେଲେ ମା’ର ହତ୍ୟା ନେଇ ସାମ୍ବାଦିକମାନେ ଏନାକୁ ପଚାରିବାରେ ଏନା ‘ଗୁଡ୍‌ବାଏ’ କହି ଚାଲିଯାଉଥିବା ଭିଡ଼ିଓରେ ଦେଖାଯାଇଛି । ଏନାର ଏପରି ପ୍ରତିକ୍ରିୟାରେ ସମସ୍ତେ ଚକିତ ହୋଇଯାଇଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.