Below header

ଉଦ୍ଧାର ହେଲା ନିଖୋଜ ହୋଇଥିବା ୭ ବର୍ଷର ଶିଶୁ

ଗଜପତି(କେନ୍ୟୁଜ୍‌): ଗଜପତି ଜିଲ୍ଲା କାଶୀନଗର କୁମୁଟି ସାହିରେ ଗତ ବୁଧବାର ସନ୍ଧ୍ୟାରେ ନିଖୋଜ ହୋଇଥିବା ଶିଶୁ ଉଦ୍ଧାର। ସୂଚନାଯୋଗ୍ୟ ଉକ୍ତ ୭ ବର୍ଷର ଶିଶୁଟି ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ଦୁବୃର୍ତ୍ତମାନେ ଏକ ବାଇକ୍‌ ରେ ଆସି ଉଠାଇ ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ପୋଲିସ୍‌ ତଦନ୍ତ ମଧ୍ୟ ଆରମ୍ଭ କରିଥିଲା। ତଦନ୍ତ ପରେ ଆଜି ଉକ୍ତ ଶିଶୁଟିକୁ ଘର ଠାରୁ ୩ କିଲୋମିଟର ଦୂର କଇଥପଦର ଗାଁର ଏକ ମିଲ୍‌ ଭିତରୁ ଗ୍ରାମବାସୀମାନେ ଉଦ୍ଧାର କରିଥିବା ସୂଚନା ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.