ରାଜ୍ୟ ବାହାରକୁ ଚାଲାଣ ହେଉଥିବା ବେଳେ ପୋଲିସ୍‌ ଦ୍ୱାରା ୩୬ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି(କେନ୍ୟୁଜ୍‌): କଣ୍ଟାବାଞ୍ଜ ଏବଂ ବଙ୍ଗୋମୁଣ୍ଡା ପୋଲିସ ଦ୍ୱାରା ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ୩୬ ଦାଦନ ଶ୍ରମିକକୁ ଉଦ୍ଧାର କରାଯାଇଛି । କଣ୍ଟାବାଞ୍ଜ ପୋଲିସ ଦ୍ୱାରା ଉଦ୍ଧାର ହୋଇଥିବା ୨୩ ଦାଦନ ଶ୍ରମିକ ଟିଟିଲାଗଡ ପାଖ ସିରୋଲ ଗାଁର ବୋଲି ଜଣାପଡିଛି । ସୂଚନା ମୁତାବକ ଶ୍ରମିକମାନେ ଏକ ପିକଅପ୍‌ ଭ୍ୟାନରେ କଣ୍ଟାବାଞ୍ଜି ରେଳ ଷ୍ଟେସନ ଯାଉଥିବା ସମୟରେ ପୋଲିସ୍‌ ସେମାନଙ୍କୁ ଉଦ୍ଧାର କରିଥିଲା।

dadanସେହିପରି ବଙ୍ଗୋମୁଣ୍ଡା ପୋଲିସ୍‌ ୧୩ ଜଣ ଦାଦନ ଶ୍ରମିକଙ୍କୁ ଆମ୍ବେଦକର ଛକ ଠାରେ ଉଦ୍ଧାର କରିଛି। ଉକ୍ତ ଶ୍ରମିକମାନେ ଝାରଖଣ୍ଡ ଅଞ୍ଚଳର ଜଣାପଡିଥିବା ବେଳେ ସେମାନେ ଏକ ଚାରିଚକିଆ ଗାଡିରେ ତେଲେଙ୍ଗାନା ଯିବାର ଜଣାପଡିଥିଲା। କିନ୍ତୁ ରାସ୍ତା ଭୁଲିଯାଇଥିବାରୁ ୧୩ ଜଣ ଶ୍ରମିକ ବଙ୍ଗୋମୁଣ୍ଡା ଛକରେ ଅଟକି ଥିଲେ। ସନ୍ଦେହରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପଚରାଉଚରା କରିବା ପରେ ଶ୍ରମିକମାନଙ୍କୁ ଉଦ୍ଧାର କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.