ଆୟୁଷ୍ମାନ ନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ? ଆଲୋଚନା ଭିତରେ ଲୁଚି ରହିଯାଇଛି ସରକାରୀ ଡାକ୍ତରଖାନାର ଭିତ୍ତିଭୂମୀ

ଆୟୁଷ୍ମାନ ଭାରତ ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ମିଶ୍ରଣ ହେବ। ଏନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି । ସେପଟେ ଓଡ଼ିଶାରେ ୯୫ ପ୍ରତିଶତ ରୋଗୀ ସରକାରୀ ଡାକ୍ତରଖାନା ଉପରେ ନିର୍ଭରଶୀଳ । ତେଣୁ ସରକାରୀ ହସ୍ପିଟାଲଗୁଡ଼ିକରେ ଭିତ୍ତିଭୂମିର ବିକାଶ ସହ ଡାକ୍ତର ଓ କର୍ମଚାରୀଙ୍କ ପଦବୀ ପୂରଣ ଉପରେ ମତ ରଖିଛନ୍ତି ଡାକ୍ତର । ଫଳରେ କେନ୍ଦ୍ର ହେଉ ଅବା ରାଜ୍ୟ ଉଭୟ ସ୍ୱାସ୍ଥ୍ୟ ଯୋଜନାର ସୁଫଳ ପାଇପାରିବେ ହିତାଧିକାରୀ।

କେନ୍ଦ୍ରର ଆୟୁଷ୍ମାନ ଭାରତ ଏବଂ ଓଡ଼ିଶା ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଚିକିତ୍ସା ସୁବିଧା। ଉଭୟ ଯୋଜନା ଭଲ। ସରକାରୀ ହସ୍ପଟିଲାରେ ମାଗଣାରେ ଚିକିତ୍ସା ସୁବିଧା ପାଇବେ ହିତାଧିକାରୀ। ଡାକ୍ତରଙ୍କ ମତରେ, ଯୋଜନାର ସଫଳ ରୂପାୟନ ପାଇଁ ସରକାରୀ ଡାକ୍ତରଖାନାଗୁଡ଼ିକର ବିକାଶ ଆବଶ୍ୟକ। କାରଣ ଓଡ଼ିଶାର ୯୫ ପ୍ରତିଶତ ରୋଗୀ ସରକାରୀ ଡାକ୍ତରଖାନା ଉପରେ ନିର୍ଭରଶୀଳ। ତେଣୁ ସରକାରୀ ମେଡିକାଲରେ ବେଡ୍ ଓ ଡାକ୍ତରଙ୍କ ସଂଖ୍ୟା ବୃଦ୍ଧି, ଖାଲି ଥିବା ଡାକ୍ତର ଓ କର୍ମଚାରୀଙ୍କ ପଦବୀ ପୂରଣ ସହ ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଉପରେ ଗୁରୁତ୍ୱ ଦେଇଛନ୍ତି ଡାକ୍ତର।

ayushman and biju 1

ଆୟୁଷ୍ମାନ ଭାରତ ପୂର୍ବରୁ ଗତବର୍ଷ ସ୍ୱାଧୀନତା ଦିବସରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ଏହାର ପାଖାପାଖି ଦୁଇମାସ ପରେ କାର୍ଯ୍ୟକାରୀ ହୋଇଥିଲା ଆୟୁଷ୍ମାନ ଭାରତ। ଯୋଜନାରୁ ଓହରିଯାଇଥିଲା ଓ଼ଡ଼ିଶା। ଏବେ କିନ୍ତୁ ପରିସ୍ଥିତି ବଦଳିଛି। ଉଭୟ ରାଜ୍ୟ ଓ କେନ୍ଦ୍ର ବଢ଼ାଇଛନ୍ତି ସହଯୋଗର ହାତ। ଆୟୁଷ୍ମାନ ଭାରତକୁ ରାଜ୍ୟରେ ଲାଗୁ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଯୋଜନା କାଯ୍ୟର୍କାରୀ ହେଲେ କେନ୍ଦ୍ର ୬୦ ଓ ରାଜ୍ୟ ଦେବ ୪୦ ପ୍ରତିଶତ ଅର୍ଥ। କିନ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟ ରାଜକୋଷରୁ ଶତ ପ୍ରତିଶତ ଅର୍ଥ ବ୍ୟୟବରାଦ ହେଉଛି। ରାଜ୍ୟରେ ଚାଷୀଙ୍କ ଉନ୍ନତି ଓ ବିକାଶ ପାଇଁ ରାଜ୍ୟ ସରକାର କାଳିଆ ଯୋଜନା ଲାଗୁ କରିଛନ୍ତି। ଅର୍ଥ ବୋଝକୁ ହାଲୁକା କରିବା ପାଇଁ ରାଜ୍ୟ ସରକାର ଆୟୁଷ୍ମାନ ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ମିଶାଇ ପାରନ୍ତି। କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସମେତ ତେଲେଙ୍ଗାନା, ଦିଲ୍ଲୀ ଓ ପଶ୍ଚିମବଙ୍ଗ ସାମିଲ ହୋଇନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.