ଆକାଶରୁ ପୂର୍ବ ଓଡ଼ିଶା ସହ ଯୋଡ଼ି ହେଲା ପଶ୍ଚିମ ଓଡ଼ିଶା, ଉଡାଣ ଆରମ୍ଭ କଲା ଆଲାଏନ୍ସ ଏୟାର

ଆକାଶ ମାର୍ଗରେ ପୂର୍ବ ଓଡ଼ିଶା ସହ ଯୋଡ଼ି ହେଲା ପଶ୍ଚିମ ଓଡ଼ିଶା। ଭୁବନେଶ୍ୱରରୁ ଝାରସୁଗୁଡ଼ା ମଧ୍ୟରେ ଆରମ୍ଭ ହେଲା ବିମାନ ସେବା । ସେହିପରି ଝାରସୁଗୁଡ଼ାରୁ ରାୟପୁରକୁ ବି ଉଡ଼ିଛି ବିମାନ । ଉଡାନ ଥ୍ରୀ ଯୋଜନାରେ ଆଜିଠୁ ଭୁବନେଶ୍ୱର-ଝାରସୁଗୁଡ଼ା ଓ ରାୟପୁର ମଧ୍ୟରେ ବିମାନ ଚଳାଚଳର ଶୁଭାରମ୍ଭ ହୋଇଛି।

ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବୀରସୁରେନ୍ଦ୍ର ସାଏ ଏୟାରପୋର୍ଟ। ଭୁବନେଶ୍ୱରରୁ ଝାରସୁଗୁଡ଼ାକୁ ଆରମ୍ଭ ହେଲା ବିମାନ ଚଳାଚଳ। ଉଡ଼ାନ ଯୋଜନାରେ ବିମାନ ସେବା ଯୋଗାଇଛି ଆଲାଏନ୍ସ ଏୟାର। ପ୍ରଥମ ଦିନରେ ଭୁବନେଶ୍ୱରରୁ ୩୫ ଜଣ ଯାତ୍ରୀ ଝାରସୁଗୁଡ଼ାରେ ପହଞ୍ଚିଥିଲେ। ସେହିପରି ଝାରସୁଗୁଡ଼ାରୁ ୫୫ ଜଣ ଯାତ୍ରୀଙ୍କୁ ଧରି ଭୁବନେଶ୍ୱରରେ ପହଞ୍ଚିଥିଲା ଆଲାୟାନ୍ସ ଏୟାର ବିମାନ। ପରେ ଝାରସୁଗୁଡ଼ା-ରାୟପୁର ମଧ୍ୟରେ ବି ବିମାନ ସେବା ଆରମ୍ଭ ହୋଇଛି।

ଆକାଶ ପଥରେ ପୂୂର୍ବ ଓଡ଼ିଶା ସହ ଯୋଡ଼ି ହୋଇଛି ପଶ୍ଚିମ ଓଡ଼ିଶା। ଭୁବନେଶ୍ୱର ଓ ରାୟପୁରକୁ ବିମାନ ଚଳାଚଳ ଆରମ୍ଭ ହୋଇଥିବାରୁ ବେଶ ଖୁସି ଅଛନ୍ତି ଯାତ୍ରୀ। ଆଗକୁ ମୁମ୍ବାଇ, ବେଙ୍ଗାଳୁରୁ ଭଳି ପ୍ରମୁଖ ସହରକୁ ବିମାନ ସେବା ଯୋଗାଇ ଦେବାକୁ ଦାବି ହେଉଛି। ପୂର୍ବରୁ ଝାରସୁଗୁଡ଼ା ବିମାନବନ୍ଦରରୁ ସ୍ପାଇସ ଜେଟ୍ ସଫଳ ହେବା ପରେ ବିମାନ ସେବା ଯୋଗାଇ ଦେଇଛି ସ୍ପାଇସ୍ ଜେଟ୍।