Below header

ପୁଣି ବୈଷ୍ଣବ ଝଡ, ଅଭିଯୋଗ ଆଣିଲେ କଂଗ୍ରେସ ନେତା ନରସିଂହ ମିଶ୍ର

ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ବିଧାନସଭାରେ ଝଡ଼ । ଆଜି ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠାଇ ବିଜେଡି ଓ ବିଜେପିକୁ ଶାଣିତ ଆଟାକ କରିଛି କଂଗ୍ରେସ । କଂଗ୍ରେସ ଦଳ ବୈଷ୍ଣବଙ୍କୁ ଘେରିଥିଲା। ସେପଟେ ବୈଷ୍ଣବ କହିଛନ୍ତି, ଯିଏ ଅଭିଯୋଗ କରିଛନ୍ତି, ସିଏ ତଦନ୍ତ କରାନ୍ତୁ । ରାଜ୍ୟସଭା ଉପନିର୍ବାଚନ ସରିବା ପରେ ଏହା ଉପରେ ସବୁ କଥା କହିବେ ।

ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ଆଜି ବି ବିଧାନସଭା ହୁଲସ୍ତୁଲ । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଦଳ ନେତା ଉଭୟ ବିଜେଡି ଓ ବିଜେପିକୁ ଆଟାକ କରିଥିଲେ । ନରସିଂହ ଅଭିଯୋଗ କରିଛନ୍ତି, ଏକାଧିକ ସରକାରୀ ପ୍ଲଟ ଓ ଫ୍ଲାଟ ଆବଣ୍ଟନ ମାମଲାରେ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ରହିଛି । ମାମଲା ଏବେ ଭିଜିଲାନ୍ସ ତଦନ୍ତ କରୁଛି । ଏପରିସ୍ଥିତିରେ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀଙ୍କୁ ବିଜେଡିର ସମର୍ଥନ ନେଇ ପ୍ରଶ୍ନ ଉଠାଇଛି ଦଳ । ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବିରେ କଂଗ୍ରେସ ବିଧାୟକ ଗୃହରେ ହଟ୍ଟଗୋଳ କରିଥିଲେ ।

narasinha

ସେପଟେ ନରସିଂହଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି। କହିଛି, ରାଜନୈତିକ ସ୍ୱାର୍ଥ ଦୃଷ୍ଟିରୁ କଂଗ୍ରେସ ଏଭଳି ଅଭିଯୋଗ ଆଣୁଛିି। ଅଶ୍ୱିନୀ ବୈଷ୍ଣବ ବିଧାନସଭାର ସଦସ୍ୟ ନୁହନ୍ତି । ତେଣୁ ତାଙ୍କ ବାବଦରେ ବିଧାନସଭା ଭିତରେ କିଛି କହିବା ଠିକ୍ ନୁହେଁ। ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରୁ ରାଜ୍ୟସଭା ଯିବାରେ ଅସୁବିଧା କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି। କେବଳ ରାଜନୀତିକରଣ ପାଇଁ କଂଗ୍ରେସ ଏହାକୁ ପ୍ରସଙ୍ଗ କରିଛି ବୋଲି ବିଜେପି କହିଛି।ସେପଟେ ବୈଷ୍ଣବ କହିଛନ୍ତି, ଯିଏ ଅଭିଯୋଗ କରିଛନ୍ତି, ସିଏ ତଦନ୍ତ କରାନ୍ତୁ। ରାଜ୍ୟସଭା ନିର୍ବାଚନ ସରିବା ପରେ ଏହା ଉପରେ ସେ ସବୁ କଥା କହିବେ । ଦୁଇ ଦିନ ହେଲା ବିଧାନସଭାରେ ଅଶ୍ୱିନୀ ବୈଷ୍ଣବ ପ୍ରସଙ୍ଗ କଂଗ୍ରେସ ବିଧାୟକମାନେ ହୋହଲ୍ଲା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.