Below header

୧୦ ଦିନ ଭିତରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ ନକଲେ ଆନ୍ଦଳନ,୧୨ ତାରିଖରେ ଓଡିଶା ବନ୍ଦ ଡାକରା ଦେବ କଂଗ୍ରେସ

କେନ୍ୟୁଜ୍(ବ୍ୟୁରୋ):ଆସନ୍ତା ୧୨ ତାରିଖରେ ଓଡିଶା ବନ୍ଦ ଡାକରା । ୧୦ ଦିନ ଭିତରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଯଦି ପଦବୀରୁ ବହିଷ୍କାର ଓ ଗିରଫ ନକରାଯାଏ ତେବେ ୧୨ ତାରିଖରେ ଓଡିଶା ବନ୍ଦ ରହିବ। ଏହି ସୂଚନା ଦେଇଛନ୍ତି ଓଡିଶା କଂଗ୍ରେସର ମୁଖପାତ୍ର ରଜନୀ ମହାନ୍ତି।

congress

ସେପଟେ ମମିତା ମେହେର ହତ୍ୟା ମାମଲାରେ ବିରୋଧୀଙ୍କ ଅଭିଯୋଗ ଉପରେ ପୁଣି ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ସେ କହିଛନ୍ତି ତାଙ୍କ ନାଁରେ ମିଥ୍ୟା ଅପପ୍ରଚାର କରଯାଉଛି । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କରଞ୍ଜକୋଟଠାରେ ବିଜେଡିର ମୋ ପରିବାର ବିଜୁ ପରିବାର କାର୍ଯ୍ୟକ୍ରମରେ ଯୋଗ ଦେଇ ଏକଥା କହିଛନ୍ତି ଦିବ୍ୟଶଙ୍କର ମିଶ୍ର । ସେ କହିଛନ୍ତି, ମିଥ୍ୟା ଅପପ୍ରଚାରକୁ ଲୋକ ଗ୍ରହଣ କରିବେ ନାହିଁ । ବିରୋଧୀ ଯେତେ ଷଡଯନ୍ତ୍ର କଲେ ବି ସତ କେବେ ଲୁଚି ରହେନା ।

କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଦେଇଥିବା ଏକ ମନ୍ତବ୍ୟକୁୁ ହାସ୍ୟାସ୍ପଦ କହିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ସନ୍ତୋଷ ସିଂ ସାଲୁଜା ଅଭିଯୋଗ କରିଥିଲେ, ସେପ୍ଟେମ୍ବର ୨୦ରୁ ୨୩ ତାରିଖ ଯାଏ ମନ୍ତ୍ରୀ ରାୟପୁର ସ୍ଥିତ ନିଜ ବାସଭବନରେ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ମମିତା ମେହେରଙ୍କ ସାଙ୍ଗରେ ଆପୋଷ ବୁଝାମୁଣା କରିଥିଲେ । ମନ୍ତ୍ରୀ କହିଛନ୍ତି, ସେହି ସମୟରେ ସେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳିରେ ରହି ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ । ୨୧ ରାତିରେ କଣ୍ଟାବାଞ୍ଜିରେ ରହିଥିବା କହିଥିବା ବେଳେ ୨୨ ତାରିଖ ଦିନ ପାଟଣାଗଡରେ ମୁଖ୍ୟମନ୍ତ୍ରୀଙ୍କ ମଞ୍ଚରେ ରହି ଉଦବୋଧନ ଦେଇଥିଲେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.