Below header

ରାଉରକେଲା ଭିଜିଲାନ୍ସ କାର୍ଯ୍ୟାଳୟ ସମ୍ମୁଖରେ ୩ଘଣ୍ଟିଆ ଧାରଣାରେ କଂଗ୍ରେସ ଦଳ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

ରାଉରକେଲା: ରାଉରକେଲା ମହାନଗର ନିଗମରେ ହୋଇଥିବା ବିଭିନ୍ନ ଦୁର୍ନୀତି ସମ୍ପର୍କରେ ବାରମ୍ବାର ସ୍ବର ଉତ୍ତୋଳନ ସତ୍ବେ କୌଣସି ତଦନ୍ତ କରୁନଥିବା ଅଭିଯୋଗ କରି ଭିଜିଲାନ୍ସ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲା କଂଗ୍ରେସ ଦଳ । ପୂର୍ବତନ ବୀରମିତ୍ରପୁର ବିଧାୟକ ଜର୍ଜ ତୀର୍କୀଙ୍କ ନେତୃତ୍ୱରେ ରାଉରକେଲା ଜିଲ୍ଲା କଂଗ୍ରେସ, ଯୁବ କଂଗ୍ରେସ ଛାତ୍ର ଓ ମହିଳା କଂଗ୍ରେସ ପକ୍ଷରୁ ତିନି ଘଣ୍ଟିଆ ଧାରଣା ଦିଆଯାଇଥିଲା ।

congress dharnaଧାରଣା ସ୍ଥଳରେ ଶ୍ରୀ ତୀର୍କୀଙ୍କ ସହ ରାଉରକେଲା କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ବୀରେନ ସେନାପତି , ବୀରମିତ୍ରପୁର କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ରୋହିତ ଯୋଶେଫ ତୀର୍କୀ,କଂଗ୍ରେସ ନେତା ଦେବବ୍ରତ ବିହାରୀ ରାଉରକେଲା ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଚାଲିଥିବା ଦୁର୍ନୀତି ଯୋଗୁଁ ସହରର ଉନ୍ନତି ଠପ ହୋଇଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.