୨୪ରୁ ଦୁଇ ଦିନିଆ ଭାରତ ଗସ୍ତରେ ଆମେରିକା ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ସମ୍ପର୍କରେ ହେବ ଆଲୋଚନା

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ଟ୍ରମ୍ପ । ଆସନ୍ତା ୨୪ ଓ ୨୫ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ବୋଲି ହ୍ଵାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି । ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କ ଏହା ପ୍ରଥମ ଭାରତ ଗସ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ସେ ଭାରତ ଆସୁଛନ୍ତି । ଟ୍ରମ୍ପଙ୍କ ସହ ତାଙ୍କ ପତ୍ନୀ ମେଲାନିଆ ମଧ୍ୟ ଭାରତ ଆସୁଛନ୍ତି ।

trumpହ୍ଵାଇଟ୍ ହାଉସ୍ ପକ୍ଷରୁ ଟ୍ଵିଟ୍ କୁହାଯାଇଛି ଯେ, ରାଷ୍ଟ୍ରପତି ଟ୍ରମ୍ପ ଓ ତାଙ୍କ ପତ୍ନୀ ୨୪ ଓ ୨୫ ଫେବ୍ରୁଆରୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପାଇଁ ଭାରତ ଯାଉଛନ୍ତି । ଏହି ଗସ୍ତ ସମୟରେ ଆମେରିକା ଭାରତ କୁଟନୈତିକ ବୁଝାମଣା ଅଧିକ ସୁଦୃଢ ହେବ । ଏହା ଦ୍ୱାରା ଆମେରିକା ଓ ଭାରତୀୟ ଲୋକଙ୍କ ମଧ୍ୟରେ ସମ୍ବନ୍ଧ ଆହୁରି ଭଲ ହେବ ବୋଲି ଟ୍ଵିଟ୍ କରି କୁହାଯାଇଛି । ଟ୍ରମ୍ପ ଦିଲ୍ଲୀ ଓ ଗୁଜରାଟ ଯିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ଟ୍ରମ୍ପ ଅହମ୍ମଦାବ ମଧ୍ୟ ଯିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.