ଚଣ୍ଡିଖୋଲରେ ସମ୍ବିଧାନ ବଂଚାଅ ସମାବେଶ,ଯୋଗଦେଲେ ବହୁ ବିଶିଷ୍ଟ ବ୍ୟକ୍ତି

ଯାଜପୁର(କେନ୍ୟୁଜ)ନୋ ସିଏଏ, ନୋ ଏନଆରସି, ନୋ ଏନପିଆର । ଭାରତର ସମ୍ବିଧାନକୁ ରକ୍ଷା କରିବା ଆମ ସମସ୍ତଙ୍କର କର୍ତବ୍ୟ । କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ନାଗରିକ ସଂଶୋଧନ ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ଆଜି ଅନୁଷ୍ଠିତ ହୋଇଯାଇଛି ସମ୍ବିଧାନ ବଂଚାଅ ସମାବେଶ । ସଂଖ୍ୟାଲଘୁ, ଦଳିତ, ପଛୁଆବର୍ଗ ଆଦି ବିଭିନ୍ନ ସଂଗଠନର ଆହ୍ୱାନରେ ଏହି ସମାବେଶର ଡାକରା ଦିଆଯାଇଥିଲା

ଏଥିରେପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ବରିଷ୍ଠ ସାମ୍ବାଦିକ ରବି ଦାସ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ପୂର୍ବତନ ସାଂସଦ ଅଂଚଳ ଦାସ, ନାରିନେତ୍ରୀ ସଂଘମିତ୍ରା ଜେନାଙ୍କ ସମେତ ବହୁ ନେତୃମଣ୍ଡଳୀ ଯୋଗଦେଇ ଧର୍ମକୁ ଭିତି କରି କୈାଣସି ଆଇନ ପ୍ରଣୟନ କରାଯାଇ ପାରିବ ନାହିଁ ଭାରତର ସମ୍ବିଧାନରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ଏହି ସବୁ ଆଇନ ଦେଶର ସମ୍ବିଧାନର ସଂପୂର୍ଣ୍ଣ ବିରୋଧି । ତୁରନ୍ତ ଏହାକୁ ପ୍ରତ୍ୟାହାର କରିବା ସହ ଦେଶର ଅଖଣ୍ଡତାକୁ ବଜାୟ ରଖିବାକୁ ସମାବେଶରେ ଆହ୍ୱାନ ଦିଆଯାଇଥିଲା 

ସିଏ ଓ ଏନପିଆରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ସମର୍ଥନକୁ ପୁନର୍ବିଚାର କରିବାକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏହି ଅବସରରେ ଦାବି ରଖିଥିଲେ । ଏଥିସହ ଆସନ୍ତା ୩୦ତାରିଖ ଗାନ୍ଧିଜୀଙ୍କ ତିରୋଧାନ ଦିବସରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ବିଶାଳ ଜନସମାବେଶରେ ଯୋଗଦେବାକୁ ସମାବେଶ ମାଧ୍ୟମରେ ଜନସାଧାରଣଙ୍କୁ ନିବେଦନ କରାଯାଇଥିଲା । ଏହି ସମାବେଶରେ ବହୁ ସଂଖ୍ୟାଲଘୁ, ମୂଳନିବାସୀ, ଦଳିତ ଓ ପଛୁଆବର୍ଗର ନେତୃମଣ୍ଡଳୀ ଓ ଜନସାଧାରଣ ଯୋଗଦେଇଥିଲେ ।

Leave A Reply

Your email address will not be published.