ବଡଦାଣ୍ଡର ବି-ଟେକ ଭିକାରୀଙ୍କ ଘରବାହୁଡା, ପରିବାର ଲୋକେ ଘରକୁ ଫେରାଇନେଲେ

କେନ୍ୟୁଜ୍(ବ୍ୟୁରୋ): ଘର ବାହୁଡିଲେ ବିଟେକ ଭିକାରୀ। ବଡଦାଣ୍ଡରୁ ଘରକୁ ଫେରିଛନ୍ତି ଗିରିଜା ଶଙ୍କର ମିଶ୍ର। ଆଜି ପରିବାର ଲୋକେ ତାଙ୍କୁ ଘରକୁ ଫେରାଇଆଣିଥିବାର ସୂଚନା ମିଳିଛି। ଗତକାଲିଠାରୁ ଗଣମାଧ୍ୟମର ବଡ ଖବର ପାଲିଟିଥିଲା  ଏହି ପାଠୁଆ ଭିକାରୀଙ୍କ ପ୍ରସଙ୍ଗ। ଇଞ୍ଜିନିୟରିଂ କରି ସେ କଣ ପାଇଁ ପୁରୀରେ ଭିକ ମାଗୁଥିଲେ ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। କିନ୍ତୁ  ଗିରିଜା  ଗୋଟିଏ  ଶଦ୍ଧ କହିଆସୁଥିଲେ ‘ଅଜାଗା ଘା ଦେଖାଇ ହୁଏନି କି ଦେଖି ହୁଏନି’ । ଗିରିଜାଙ୍କ ଘର ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳରେ ଓ ସେ ପାଠ ପଢି ଚାକିରି ମଧ୍ୟ କରିଥିବାର ଜଣାପଡିଥିଲା। କିନ୍ତୁ ଚାକିରି ଜୀବନରେ ସାଲିସକୁ ଛାଡି କାଳିଆ ଦୁଆରେ ଭିକ୍ଷାବୃତ୍ତି ବହୁତ ଗୁଣରେ ଭଲ ବୋଲି ଭାବିନେଇଥିଲେ । ସେଥିପାଇଁ ସେ ଭିକ୍ଷାବୃତ୍ତିକୁ ଆପଣାଇ ନେଇଥିଲେ।

ଜଣେ ରିକ୍ସା ଚାଳକ ସହ ଗିରିଜାଙ୍କ ଗଣ୍ଡଗୋଳ ହେବା ପରେ ଜଣା ପଡିଥିଲା ସେ ଉଚ୍ଚ ଶିକ୍ଷିତ ବୋଲି । ରିକ୍ସା ଚାଳକ ଓ ଗିରିଜାଙ୍କ ଯେତେବେଳେ ଥାନାରେ ଏତଲା ଦେଇଥିଲେ ସେତେବେଳେ ଗିରିଜା ଇଂରାଜୀରେ ଲେଖିଥିଲେ ଆଉ ତାପରେ ସେ ପାଠ ପଢିଥିବା ଖୋଳତାଡ କରି ଜାଣିବାକୁ ପାଇଥିଲା ପୁରୀ ପୋଲିସ ।

 

Leave A Reply

Your email address will not be published.